‘ନୀଳ ଅନୁରାଗ’ ଉନ୍ମୋଚିତ

Advertisment
‘ନୀଳ ଅନୁରାଗ’ ଉନ୍ମୋଚିତ

ଭୁବନେଶ୍ୱର: କେଦାରନାଥ ଗବେଷଣା ପ୍ରତିଷ୍ଠାନଠାରେ ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ମହଲାଙ୍କର ପ୍ରଥମ କବିତା ପୁସ୍ତକ ‘ନୀଳ ଅନୁରାଗ’ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଶର୍ବାଣୀ ଦାସ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। କବି ଶ୍ରୀ ମହଲାଙ୍କର ଲେଖକୀୟ ଅନୁଭୂତି ବର୍ଣ୍ଣନା ପରେ ସଂକଳନରୁ ଦଶଟି ନିର୍ବାଚିତ କବିତା ଆବୃତ୍ତି କରାଯାଇଥିଲା।

ପୁସ୍ତକର ସମୀକ୍ଷା କରିଥିଲେ କବୀ ମୌସୁମୀ ଦାସ। କବି ରାଜକିଶୋର ଦାସ, ଭାଷାବିତ ପ୍ରଫେସର ଦେବାଶିଷ ମହାପାତ୍ର, କବି ଶତ୍ରୁଜିତ ଓ କବି ପବିତ୍ର ମୋହନ ଦାଶ ସଂକଳନରେ ଥିବା କବିତାଗୁଡ଼ିକର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋକପାତ କରିଥିଲେ। ଶେଷରେ ଶ୍ୟାମାକିଙ୍କର ମହାନ୍ତି ସଂଗୀତ ପରିବେଷଣ କରିଥିଲେ। କବୀ ସୁଜାତା ମହାପାତ୍ର ତଥା ଗାଳ୍ପିକା ଓ ଚିତ୍ରଶିଳ୍ପୀ ମାନମୟୀ ରଥଙ୍କ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରରେ ଲକ୍ଷ୍ମୀପ୍ରସାଦ ରାଉତ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe