ବାଲିପାଟଣା: ବତ୍ୟା ଫନି ପ୍ରଭାବରେ ବାଲିପାଟଣା ବ୍ଲକ୍ ସରାଟ ନୀଳକଣ୍ଠେଶ୍ବରଙ୍କ ଝୁଲଣ ମଣ୍ଡପ ଖଣ୍ଡ ଖଣ୍ଡ ହୋଇଯାଇଛି। ପ୍ରାୟ ଦୁଇ ଶହ ବର୍ଷର ଏହି ପୁରୁଣା ମନ୍ଦିରରେ ଦୋଳ ପୂର୍ଣ୍ଣିମାରେ ଠାକୁରଙ୍କ ଝୁଲଣ ଉତ୍ସବ ପାଳନ ହୋଇଥାଏ। ନିଖୁଣ କାରିଗରୀ କୌଶଳରେ ନିର୍ମିତ ଏହି ପୁରୁଣା ମଣ୍ଡପର ପୁନଃ ନିର୍ମାଣ ନେଇ ସ୍ଥାନୀୟ ବାସିନ୍ଦା ଚିନ୍ତିତ। ବାତ୍ୟାରେ କ୍ଷତିଗ୍ରସ୍ତ ମନ୍ଦିର ପାଇଁ ପ୍ରାଶାସନିକ ସ୍ତରରେ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ବାତ୍ୟାରେ ଠାକୁରଙ୍କ ରୋଷଘର ଛାତ ସଂପୂର୍ଣ୍ଣ ଉଡ଼ିଯାଇଛି। ପାଚେରି ଉପରେ ଗଛ ପଡ଼ିବାରୁ ତାହା ଭାଙ୍ଗି ଯାଇଛି। ମନ୍ଦିର ପରିସରରେ ଥିବା ଚନ୍ଦନ, ବଉଳ, ଲବଙ୍ଗ, ଗୁଜୁରାତି, ବେଲ, ଓଉ, ଆମ୍ବ, ଡାଳିମ୍ବ, ପଣସ, ନଡ଼ିଆ, ଗୁଆ, ଶାଗୁଆନ୍ ଆଦି ଗଛ ନଷ୍ଟ ହୋଇଯାଇଛି। ମନ୍ଦିରରେ ଲଗାଯାଇଥିବା ସୁସଜ୍ଜିତ ଲାଇଟ୍ର ପତ୍ତା ମିଳୁନି। ଭଙ୍ଗା ରୋଷ ଘରେ ଠାକୁରଙ୍କ ନୀତି ପାଇଁ ପ୍ରସାଦ ପ୍ରସ୍ତୁତ ହେଉଛି। କ୍ଷୟକ୍ଷତି ଆକଳନ କରାଯାଇ ମନ୍ଦିରର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି
ନୀଳକଣ୍ଠେଶ୍ବରଙ୍କ ଝୁଲଣ ମଣ୍ଡପ ଖଣ୍ଡ ଖଣ୍ଡ
Advertisment
Follow Us