ଓଡ଼ିଶାରେ ସୁଟିଂ ହେଉଛି ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ବିଶ୍ବ’

Advertisment
ଓଡ଼ିଶାରେ ସୁଟିଂ ହେଉଛି ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ବିଶ୍ବ’

ଭୁବନେଶ୍ବର: ଜଣାଶୁଣା ‌ଚଳଚ୍ଚିତ୍ର ନିର୍ମାତା ଓଡ଼ିଆ ପୁଅ ନୀଳମାଧବ ପଣ୍ଡା ପୁଣି ଏକ ଚର୍ଚ୍ଚିତ କାହାଣୀକୁ ନେଇ ହିନ୍ଦୀ ଚଳଚ୍ଚିତ୍ର ‘ବିଶ୍ବ’ ନିର୍ମାଣ କରିଛନ୍ତି। ଜଣେ ଅତ୍ୟନ୍ତ ସ୍ନେହୀ ଓ ଯତ୍ନବାନ ପିତା ଓ ତା’ର ଦୃଷ୍ଟିହୀନ ପୁଅର କାହାଣୀ ଉପରେ ଆଧାରିତ କାହାଣୀକୁ ନେଇ ସେ ପୁଣି କିଛି ନିଆରା ଚମକ ଭେଟି ଦେବାକୁ ଯାଉଛନ୍ତି। ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଓଡ଼ିଶାରେ ସୁଟିଂ ହୋଇଥିବା ବେଳେ ଏଥିରେ ଓଡ଼ିଶାର ବହୁ ସୁନ୍ଦର ଅଥଚ ଅନାଲୋଚିତ ଜାଗାକୁ ଉତ୍ତୋଳନ କରାଯାଇଛି। ତେଣୁ ଓଡ଼ିଆମାନଙ୍କ ପାଇଁ ଏହି ଚଳଚ୍ଚିତ୍ରଟି ବେଶ୍‌ ପ୍ରାସଙ୍ଗିକ। ଏଥିରେ ଶ୍ରୀ ପଣ୍ଡାଙ୍କ ସହଯୋଗୀ ଅନୁଜ ତ୍ୟାଗୀ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି।

ଏଥିରେ ବଲିଉଡ୍‌ ଅଭିନେତା ବିନୟ ପାଠକ, ମରାଠୀ ଅଭିନେତା ଉଷା ଯାଦବ, ଶରିବ ହାସମୀ, ଜ୍ୟୋତି ସୁବାସଙ୍କ ସମେତ କିଛି ଓଡ଼ିଆ କଳାକାରଙ୍କୁ ଦେଖିବାକୁ ମିଳିବ। ଅନ୍ଧତ୍ବକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବା ପାଇଁ ଏହି ଚଳଚ୍ଚିତ୍ରରେ ପ୍ରୟାସ କରାଯାଇଛି। ଏହି ଚଳଚ୍ଚିତ୍ରଟି ପିଲାମାନଙ୍କୁ କୌତୂହଳରେ ବାନ୍ଧି ରଖିବ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ଶେଷ ଆଡ଼କୁ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟକୁ ଆସିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe