Advertisment

ରୁନ୍ଧି ହେଉଛନ୍ତି ନୀଳାଦ୍ରିବିହାରବାସୀ: ରାସ୍ତାକୁ ମାଡ଼ି ଚାଲିଛି ନିର୍ମାଣ, ପୂର୍ତ୍ତ ବିଭାଗ ଓ ବିଏସ୍‌ସି ନିରବଦ୍ରଷ୍ଟା

Advertisment

ନିଜ ଜାଗାରେ ଘର ନିର୍ମାଣ କରିଛନ୍ତି। ହେଲେ ପାର୍କିଂ ପାଇଁ ସର୍ବସାଧାରଣ ରାସ୍ତାକୁ ବ୍ୟବହାର କରୁଛନ୍ତି। ଅଧାରାସ୍ତା ଅବରୋଧ କରି ସେଠାରେ ଦିନ ତମାମ କାର୍‌, ବାଇକ୍‌ ରଖୁଛନ୍ତି। ଆଉ କେତେକ ସ୍ଥାନରେ ତ ରାସ୍ତାକୁ ମାଡ଼ି ନିଜ ବିଲଡିଂକୁ ଯିବା ପାଇଁ ପାହାଚ କରିଛନ୍ତି।

ନିଜ ଜାଗାରେ ଘର ନିର୍ମାଣ କରିଛନ୍ତି। ହେଲେ ପାର୍କିଂ ପାଇଁ ସର୍ବସାଧାରଣ ରାସ୍ତାକୁ ବ୍ୟବହାର କରୁଛନ୍ତି। ଅଧାରାସ୍ତା ଅବରୋଧ କରି ସେଠାରେ ଦିନ ତମାମ କାର୍‌, ବାଇକ୍‌ ରଖୁଛନ୍ତି। ଆଉ କେତେକ ସ୍ଥାନରେ ତ ରାସ୍ତାକୁ ମାଡ଼ି ନିଜ ବିଲଡିଂକୁ ଯିବା ପାଇଁ ପାହାଚ କରିଛନ୍ତି।

fgvbvbbv

ଚନ୍ଦ୍ରଶେଖରପୁର: ନିଜ ଜାଗାରେ ଘର ନିର୍ମାଣ କରିଛନ୍ତି। ହେଲେ ପାର୍କିଂ ପାଇଁ ସର୍ବସାଧାରଣ ରାସ୍ତାକୁ ବ୍ୟବହାର କରୁଛନ୍ତି। ଅଧାରାସ୍ତା ଅବରୋଧ କରି ସେଠାରେ ଦିନ ତମାମ କାର୍‌, ବାଇକ୍‌ ରଖୁଛନ୍ତି। ଆଉ କେତେକ ସ୍ଥାନରେ ତ ରାସ୍ତାକୁ ମାଡ଼ି ନିଜ ବିଲଡିଂକୁ ଯିବା ପାଇଁ ପାହାଚ କରିଛନ୍ତି। କେହି କେହି ରାସ୍ତାପାର୍ଶ୍ବ ଜାଗାକୁ ମାଡ଼ି ଗାଡ଼ି ଉଠାଇବାକୁ ରାମ୍ପ୍‌ ନିର୍ମାଣ କରିଛନ୍ତି। ପରିଣାମ ସ୍ବରୂପ ରାସ୍ତା ସଙ୍କୁଚିତ ହେବା ସହ ସାଧାରଣ ଲୋକଙ୍କ ଚଳପ୍ରଚଳରେ ଅସୁବିଧା ହେଉଛି। କିଛି ମୁଷ୍ଟିମେୟ ଲୋକ ନିଜ ଇଚ୍ଛା ମୁତାବକ ରାସ୍ତା ଜବରଦଖଲ କରି ରଖିଛନ୍ତି। ରାସ୍ତାରେ ଗୋଟିଏ ଗାଡ଼ି ଗଲେ ଆଉ ଗୋଟିଏ ଗାଡ଼ି ଯିବାକୁ ବାଟ ମିଳୁ ନାହିଁ। ଭୁବନେଶ୍ବର ମହାନଗର ନିଗମ ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାରବାସୀ ଏଭଳି ଭିଡ଼ରେ ରୁନ୍ଧି ହେଉଛନ୍ତି।

ଜଣେ ଅବସରପ୍ରାପ୍ତ ପ୍ରଶାସକଙ୍କ କହିବାନୁଯାୟୀ ସହରର ପ୍ରମୁଖ ରାସ୍ତା ମାଲିକାନା ପୂର୍ତ୍ତ ବିଭାଗ ଓ ବିଏମ୍‌ସି ଅଧୀନରେ ରହିଛି। ସାର୍ବଜନୀନ ସ୍ଥାନ ଉପରେ ଜବରଦଖଲ ହେଉଥିଲେ ମଧ୍ୟ ଉଭୟ ସଂସ୍ଥା ଜବରଦଖଲ ଉଚ୍ଛେଦ କିମ୍ବା ନିଜ ରାସ୍ତାର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଯେତେବେଳେ ଏକ ନୂତନ ରାସ୍ତା ତିଆରି ହେଉଛି, ସେତେବେଳେ କ୍ୟାବିନ୍‌, ଉଠାଦୋକାନୀ ରାସ୍ତାପାର୍ଶ୍ୱରେ ଦୋକାନ ଖୋଲିବାକୁ ଆଗଭର ହେଉଛନ୍ତି। ଏହାଦ୍ବାରା ରାସ୍ତାର ୫୦% ଅଂଶ ପାର୍କିଂରେ ଚାଲିଯାଉଛି, ଯାହାକି ଦୁର୍ଘଟଣା ବଢ଼ାଇବା ସହ ନୂତନ ନିର୍ମାଣର ଉଦ୍ଦେଶ୍ୟକୁ ବିଫଳ କରୁଛି। ୨୦୧୮ରୁ ଜମି ହଡ଼ପ ବିରୋଧୀ ଆଇନ ରାଜସ୍ୱ ବିଭାଗରେ ପଡ଼ି ରହିଛି। ମାତ୍ର ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏଣେ ରାଜସ୍ୱ ମନ୍ତ୍ରୀ ଘୋଷଣା କରୁଛନ୍ତି ଯେ ସରକାରୀ ଜମି ଜବରଦଖଲରେ ଶୂନ୍ୟ ସହନଶୀଳତା ଗ୍ରହଣ କରାଯିବ। ଜବରଦଖଲକୁ ବରଦାସ୍ତ କରାଯିବ ନାହିଁ। ଗୋଟିଏ ଦୃଢ଼ ଆଇନ ପ୍ରଣୟନ ନ କରି ଜବରଦଖଲ ଉଚ୍ଛେଦ କଥା କହିବା ଏକ ପ୍ରହସନ ଛଡ଼ା ଆଉ କିଛି ନୁହେଁ।

ୱାର୍ଡ ନମ୍ବର ୭ ଅନ୍ତର୍ଗତ କୈଳାସବିହାରରେ ପୂର୍ତ୍ତ ବିଭାଗ ୧୦୦ ଫୁଟିଆ ରାସ୍ତା (ଉତ୍କଳ ହସ୍ପିଟାଲ ଓ ନୀଳାଦ୍ରିବିହାରକୁ ସଂଯୋଗ କରୁଛି)  ପାର୍ଶ୍ବରେ ଜବରଦଖଲ ବଢ଼ୁଛି। ବୁଦ୍ଧପାର୍କ ରାସ୍ତାର ଲେନ୍‌ ୯ ଓ ୧୩ରେ କଂକ୍ରିଟ୍‌ ଘର, ପାର୍କିଂ ‌ସ୍ଥାନ, ପାଚେରି କରାଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗର ଅଧିକାରୀମାନେ ଚୁପ୍‌ ବସିଛନ୍ତି। ଏନେଇ ଗତ ସପ୍ତାହରେ ୧୪ ନମ୍ବର ୱାର୍ଡରେ ଅନୁଷ୍ଠିତ ବିଏମ୍‌ସି ଜନଶୁଣାଣିରେ ଅଞ୍ଚଳବାସୀ ସ୍ବର ଉଠାଇବା ସହ ଜବରଦଖଲ ମୁକ୍ତ କରିବାକୁ ମେୟର ସୁଲୋଚନା ଦାସଙ୍କ ନିକଟରେ ଦାବି କରିଥିଲେ। ଖୁବ୍‌ଶୀଘ୍ର ସର୍ଭେ କରାଯାଇ ପଦକ୍ଷେପ ନିଆଯିବ ବୋଲି ମେୟର କରିଥିଲେ। ତେବେ କେବେ ମେୟରଙ୍କ ଘୋଷଣା କାର୍ଯ୍ୟକାରୀ ହେବ ତାହାକୁ ସମସ୍ତେ ଚାହିଁ ରହିଛନ୍ତି।

ଅନ୍ୟପକ୍ଷରେ ବୁଦ୍ଧପାର୍କ ରାସ୍ତା ପାର୍ଶ୍ବରେ ଘରୋଇ ଟ୍ରାନ୍ସଫର୍ମର ନିର୍ମାଣ ହୋଇଥିଲେ ମଧ୍ୟ ଉଚ୍ଛେଦ ଦିଗରେ କେହି ବି ଆନ୍ତରିକତା ଦେଖାଉ ନାହାନ୍ତି। ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରିବିହାର ବୁଦ୍ଧପାର୍କ ରୋଡ୍‌ଠାରୁ ଉତ୍କଳ ହସ୍ପିଟାଲ ରାସ୍ତା ମଧ୍ୟରେ ଥିବା ଟ୍ରାନ୍ସଫର୍ମର ହଟାଯିବା ନେଇ ଏପ୍ରିଲ ମାସରେ ନିଷ୍ପତ୍ତି ହୋଇଥିଲା। ବିଏମ୍‌ସି ଉତ୍ତର ମଣ୍ଡଳ ଉପଆୟୁକ୍ତ ଏପ୍ରିଲ ୨୫ରେ ବିଜ୍ଞପ୍ତି ଜାରି କରି ଯେଉଁମାନେ ବ୍ୟକ୍ତିଗତ ଭାବେ ରାସ୍ତାରେ ଟ୍ରାନ୍ସଫର୍ମର ନିର୍ମାଣ କରିଛନ୍ତି ତାହାକୁ ୭ ଦିନ ମଧ୍ୟରେ ହଟାଇବାକୁ କହିଥିଲେ। ନ ହେଲେ ଜବରଦଖଲ ଉଚ୍ଛେଦ କରିବାକୁ ଚେତାବନୀ ଦେଇଥିଲେ। ଇତିମଧ୍ୟରେ ଦୁଇ ମାସ ବିତିଯାଇଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe