ଚନ୍ଦ୍ରଶେଖରପୁର : ବସ୍ତିବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ବସ୍ତି ଉଚ୍ଛେଦ କରିବାକୁ ଆସିଥିବା ଦଳ ଆଜି ଫେରି ଯାଇଛି। ଏଭଳି ପରିସ୍ଥିତି ଦେଖାଯାଇଛି ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତିରେ। ବସ୍ତିବାସିନ୍ଦାଙ୍କୁ ଥଇଥାନ କରାଯିବା ନେଇ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରଶାସନ ଆଜି ବସ୍ତି ଉଚ୍ଛେଦ ନେଇ ସକାଳୁ ପୁଲିସ୍ ଫୋର୍ସ ସହ ପହଞ୍ଚିଥିଲା। ହେଲେ ଲୋକମାନେ ଧାରଣା ଦେଇ ବିରୋଧ କରିବାରୁ ଉଚ୍ଛେଦକାରୀ ଦଳ ଫେରିଯାଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଯିବାରୁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ପହଞ୍ଚି ‘ପ୍ରଥମେ ଥଇଥାନ ପରେ ଉଚ୍ଛେଦ’ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏନେଇ ବିଡିଏ ଏନ୍ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ରଙ୍କ କହିବା ମୁତାବକ, ବସ୍ତିବାସିନ୍ଦାଙ୍କୁ ଟ୍ରାଞ୍ଜିଟ୍ ହାଉସ୍ରେ ରହିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ସେଠାକୁ ଯିବା ପାଇଁ ମନା କରିବାରୁ ବସ୍ତିବାସିନ୍ଦାଙ୍କ ପାଇଁ ଅନ୍ୟ ଏକ ସ୍ଥାନ ସ୍ଥିର କରାଯାଇଛି। ସେମାନଙ୍କୁ ସେଠାକୁ ପଠାଯାଇ ବସ୍ତି ଉଚ୍ଛେଦ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us