ନନ୍ଦନକାନନରେ ନୀଳଗିରି ହନୁ ମୃତ

ନନ୍ଦନକାନନରେ ନୀଳଗିରି ହନୁ ମୃତ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ବିରଳ ପ୍ରଜାତିର ଓରାଙ୍ଗଓଟାନ୍‌ ‘ବିନି’ର ମୃତ୍ୟୁକୁ ୪୮ ଘଣ୍ଟା ନ ପୂରୁଣୁ ଆଜି ନୀଳଗିରି ହନୁର ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟାରେ ହନୁଟି ଚିକିତ୍ସା କେନ୍ଦ୍ରର ଆଇସୋଲେସନ୍‌ ୱାର୍ଡରେ ପ୍ରାଣ ହରାଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି। ଲଗାତାର ଦୁଇଟି ଜୀବଙ୍କ ମୃତ୍ୟୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସମେତ ପଶୁପ୍ରେମୀଙ୍କୁ ମର୍ମାହତ କରିଛି।

ହନୁଟି ଗତ ୧୭ ତାରିଖରେ ଅଚାନକ ତରଳ ଝାଡ଼ା ଓ ଜ୍ୱରରେ ପୀଡ଼ିତ ହୋଇଥିଲା। ଚିକିତ୍ସା ପାଇଁ ତାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଆଇସୋଲେସନ ୱାର୍ଡ‌‌ରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପରେ ତାର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ସେ ଦୁର୍ବଳ ରହିଥିଲା। ତେଣୁ ତାକୁ ସେହିଠାରେ ରଖି ସେଣ୍ଟର୍‌ ଫର୍‌ ୱାଇଲଡ୍‌ ଲାଇଫ ହେଲଥ୍‌ର ପରାମର୍ଶକ୍ରମେ ଚିକିତ୍ସା ଚାଲୁ ରଖାଯାଇଥିଲା। ମଝିରେ ମଝିରେ ତା’ର ରକ୍ତ ନମୁନା ପରୀକ୍ଷା କରାଯାଉଥିଲା। ୨୮ତାରିଖ ଦିନ ବୈଷୟିକ କମିଟି ବିଶେଷଜ୍ଞମାନେ ତା’ର ସ୍ବାସ୍ଥ୍ୟ ନିରୀକ୍ଷଣ କରି ସ୍ନାୟୁଗତ ଦୁର୍ବଳତା ଥିବା କହିଥିଲେ। ତେବେ ଆଜି ସକାଳେ ଆଜି ହଠାତ୍‌ ତାର ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତା’ର ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

ଏହି ନୀଳଗିରି ହନୁଟି ୨୦୦୨ ମାର୍ଚ୍ଚ ୨ତାରିଖରେ ଭନ୍ଦାଲୁରର ଚେନ୍ନାଇସ୍ଥିତ ଅରିଗନାର ପ୍ରାଣୀ ଉଦ୍ୟାନରେ ଜନ୍ମଲାଭ କରିଥିଲା। ୨୦୧୭ ସେପ୍ଟେମ୍ବର ୨୬ତାରିଖରେ ତାକୁ ଏଠାକୁ ଅଣାଯାଇଥିଲା। ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ଏକ ମାତ୍ର ଗୋଟିଏ ନୀଳଗିରି ମାଈ ହନୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe