ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା: ଶ୍ରେଷ୍ଠ ୬୦ରେ ଶ୍ରେୟାଂଶ

Advertisment
ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା: ଶ୍ରେଷ୍ଠ ୬୦ରେ ଶ୍ରେୟାଂଶ

ଭୁବନେଶ୍ବର: ଦିଲ୍ଲୀର ଆଇଟିପିଓଠାରେ ଅନୁଷ୍ଠିତ ନବମ ଜାତୀୟସ୍ତରୀୟ ପ୍ରଦର୍ଶନୀ ଏବଂ ପ୍ରକଳ୍ପ ପ୍ରତିଯୋଗିତାରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ର ଶ୍ରେୟାଂଶ ବିକାଶ ମିଶ୍ର ନିଜର ବଳିଷ୍ଠ ଉଦ୍ଭାବନକୁ ପ୍ରଦର୍ଶିତ କରି ଶ୍ରେଷ୍ଠ ୬୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେୟାଂଶଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଭିନ୍ନକ୍ଷମଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା, ପରିସ୍କାର ପରିଚ୍ଛନତା ଓ ପରିମଳ, ପ୍ରତିଦିନର ଆବଶ୍ୟକତା ଏବଂ ଡିଜିଟାଲ୍ ଟେକ୍ନୋଲୋଜି ସମ୍ବନ୍ଧୀୟ ଉଦ୍ଭାବନ ଆଦି ପ୍ରୋଜେକ୍ଟ ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା। ଏହି ସଫଳତାରେ ସାଇ ଇଣ୍ଟରନ୍ୟାସନାଲ୍‌ର ଚେୟାରପର୍ସନ ଶିଳ୍ପୀ ସାହୁ ଶ୍ରେୟାଂଶଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ନାସା ରୋଭର୍‌ ପ୍ରୋଜେକ୍ଟ ଏକ ମାଇଲଖୁଣ୍ଟ ସହ ତାଙ୍କର ଏହି ସଫଳତା ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛି ବୋଲି ମତପ୍ରକାଶ କରିଛନ୍ତି। ସେହିପରି ବରଗଡ଼ ଜିଲ୍ଲା ମୁରାପଲ୍ଲୀସ୍ଥିତ ଦେଓଳି ନୋଡାଲ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ କଲ୍ୟାଣୀ ସାହୁ ହସ୍ପିଟାଲରେ ଚିକିତ୍ସିତ ରୋଗୀ ଓ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଏକ ଅତ୍ୟାଧୁନିକ ବେଡ୍‌ ପ୍ରସ୍ତୁତ କରି ପୁରସ୍କୃତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe