ମୌସୁମୀ ସମୟରେ ଓ ପରେ ଡେଙ୍ଗୁ ସାମାନ୍ୟ ବଢ଼ିଥିଲା, ଏବେ କମୁଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

Advertisment
ମୌସୁମୀ ସମୟରେ ଓ ପରେ ଡେଙ୍ଗୁ ସାମାନ୍ୟ ବଢ଼ିଥିଲା, ଏବେ କମୁଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଥିବା ବେଳେ ଏନେଇ ନିଜର ମତ ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ ‘ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୭୮୮ ଡେଙ୍ଗୁ ରୋଗୀ। ୨୭ ହଜାର ୭୫୯ ନମୁନା ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ।

ଖୋର୍ଦ୍ଧାରେ ସର୍ବାଧିକ ୨୧୩୮, କୋରାପୁଟ ୩୫୯, ରାୟଗଡ଼ାରେ ୩୨୧, ମାଲକାନାଗିରିରେ ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ୍ ସୁଦ୍ଧା ଡେଙ୍ଗୁରେ ସରକାରୀ ଭାବେ କୌଣସି ମୃତ୍ୟୁ ହୋଇନାହିଁ। ୨୦୨୧ ରେ ଏହି ସମୟରେ ୩ ହଜାର ୮୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ହଜାର ୮୩୮ ନମୁନା ଟେଷ୍ଟ ହୋଇଥିଲା। ଗତବର୍ଷ ତୁଳନାରେ ପଜିଟିଭିଟି ରେଟ କମିଥିବା ବେଳେ ଦୈନିକ ସଂକ୍ରମଣ ବି କମିଛି। ମୌସୁମୀ ସମୟରେ ଓ ମୌସୁମୀ ପରେ ଡେଙ୍ଗୁ ସାମାନ୍ୟ ବଢ଼ିଥିବା ବେଳେ ଏବେ ହ୍ରାସ ପାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe