ନିରଞ୍ଜନଙ୍କ ଭୁବନେଶ୍ୱର ହେଲ୍‌ଥ କ୍ଲବ୍‌ର ନୂତନ ଜିମ୍‌ ପରିଦର୍ଶନ

Advertisment
ନିରଞ୍ଜନଙ୍କ ଭୁବନେଶ୍ୱର ହେଲ୍‌ଥ କ୍ଲବ୍‌ର ନୂତନ ଜିମ୍‌ ପରିଦର୍ଶନ

ଭୁବନେଶ୍ୱର : ରାଜଧାନୀରେ ଶରୀରକୁ ଫିଟ୍‌ ରଖିବା କ୍ଷେତ୍ରରେ ‘ଭୁବନେଶ୍ୱର ହେଲ୍‌ଥ କ୍ଲବ୍‌’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଅଞ୍ଚଳରେ ରହିଥିବା ବିଗ୍‌ବଜାରର ତୃତୀୟ ମହଲାରେ ନୂତନ ଭାବରେ ଖୋଲିଥିବା ଭୁବନେଶ୍ୱର ହେଲ୍‌ଥ କ୍ଲବ୍‌ର ଆଉ ଏକ ଜିମ୍‌କୁ ବୁଲିଦେଖିବା ଅବସରରେ ଏପରି ମତ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ପ୍ରାୟ ୮୦୦୦ ବର୍ଗଫୁଟ୍‌ ପରିମିତ ଅଞ୍ଚଳରେ ଏହି ସଂସ୍ଥା ପକ୍ଷରୁ ଖୋଲାଯାଇଥିବା ଏକ ନୂତନ ଜିମ୍‌ରେ ଯୁବବର୍ଗଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଥିବା ଏହାର ମୁଖ୍ୟ ଅରିଜିତ୍‌ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ଅବସରରେ ସଂସ୍ଥା ପକ୍ଷରୁ ନିହାର ମଲ୍ଲିକ, ଯୁବସମାଜସେବୀ ବିଶ୍ୱଜିତ୍‌ ପଟ୍ଟନାୟକ (ସିଲୁ) ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ। ଆଗାମୀ ଦିନରେ ଅନୁଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିପରି ଶାଖାମାନ ଖୋଲିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହିତ ସଂସ୍ଥାର ସଫଳତା କାମନା କରିଥିଲେ। ଉଲ୍ଲେଖଯୋଗ୍ୟଯେ ଭୁବନେଶ୍ୱର ହେଲ୍‌ଥ କ୍ଲବ୍‌ର ପଟିଆ, ନୟାପଲ୍ଲୀ, ରସୁଲଗଡ଼ ଓ କଟକ ଆଦି ସ୍ଥାନରେ ମଧ୍ୟ ଶାଖା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe