ନୂଆବର୍ଷରେ ଅନୁକୂଳ କଲେ ନିଶାଦିଆ ଲୁଟେରା

ନୂଆବର୍ଷରେ ଅନୁକୂଳ କଲେ ନିଶାଦିଆ ଲୁଟେରା

ଖଣ୍ଡଗିରି : ନୂଆବର୍ଷରେ ଅନୁକୂଳ କରିଛନ୍ତି ରାଜଧାନୀର ନିଶାଦିଆ ଲୁଟେରାମାନେ। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଣେ ଯୁବକଙ୍କୁ ନିଶା ଦେଇ ଲୁଟ୍‌ କରିଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁର ଥାନା ଗଣ୍ଡପଦର ଗାଁର ମୁକୁନ୍ଦ ପାତ୍ରଙ୍କ ପୁଅ ଖଗେଶ୍ୱର (୨୨)। ଲୁଟେରାମାନେ ତାଙ୍କଠାରୁ ୨ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି।

ସୂଚନାନୁସାରେ ଖଗେଶ୍ୱରଙ୍କ ଭଉଣୀ ରାଜଧାନୀର ଏକ ହଷ୍ଟେଲ୍‌ରେ ରହି ପଢ଼ୁଛନ୍ତି। ନୂଆ ବର୍ଷ ଛୁଟି ପାଇଁ ସେ ଘରକୁ ଯାଇଥିଲେ ଓ ରବିବାର ସକାଳେ ପୁଣି ଭୁବନେଶ୍ୱର ଫେରିଥିଲେ। ବସ୍‌ରେ ଭାଇ ଭଉଣୀ ମିଶି ଆସିଥିଲେ ଓ ଖଗେଶ୍ୱର ଭଉଣୀକୁ ହଷ୍ଟେଲ୍‌ରେ ଛାଡ଼ି ପୁଣି ସନ୍ଧ୍ୟାରେ କଳାହାଣ୍ଡି ଫେରିବାକୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ସେ ବସ୍‌କୁ ଅପେକ୍ଷା କରିଥିବାବେଳେ ଜଣେ ଯୁବକ ତାଙ୍କ ସହ କଥା ହୋଇଥିଲା। ଯୁବକଜଣଙ୍କ ବି କଳାହାଣ୍ଡି ଯାଉଥିବା କହି ଖଗେଶ୍ୱରଙ୍କ ସହ ବନ୍ଧୁତା ଜମାଇଥିଲା। ପରେ ସେ ଖଗେଶ୍ୱରଙ୍କୁ ବିସ୍କୁଟ୍‌ ଖାଇବାକୁ ଦେଇଥିଲା। ତା’ପରେ ଖଗେଶ୍ୱର ଆଉ କିଛି ମନେ ରଖିନାହାନ୍ତି। ସୋମବାର ସକାଳେ ପୁଲିସ ରୁଚିକା ମାର୍କେଟ୍‌ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ପ୍ରଚେଷ୍ଟାରେ ତାଙ୍କ ସମ୍ପର୍କୀୟମାନଙ୍କ ସହ ଯୋଗାଯୋଗ କରାଯାଇ ତାଙ୍କୁ ଘରକୁ ଛଡ଼ାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe