ନିଶାଦିଆ ଲୁଟେରାଙ୍କ ଉତ୍ପା‌ତ ଜାରି, ଅମୁଲ୍ କୁଲ୍ ପିଆଇ ଏମ୍ସ କର୍ମଚାରୀଙ୍କୁ ଲୁଟିଲା

Advertisment

କ୍ୟାପିଟାଲ ଥାନା ଅଞ୍ଚଳରେ ଆଡ଼ା ଜମାଇଛନ୍ତି ଅପରାଧୀ

କ୍ୟାପିଟାଲ ଥାନା ଅଞ୍ଚଳରେ ଆଡ଼ା ଜମାଇଛନ୍ତି ଅପରାଧୀ

ପୋଲସରା ବିଧାୟକଙ୍କ ଘରୁ ଚୋରି

WebStockReview

ଭୁବନେଶ୍ବର : କମିସନରେଟ ପୁଲିସ ଅପାରଗତାର ଫାଇଦା ଉଠାଇ ଚାଲିଛନ୍ତି ନିଶାଦିଆ ଲୁଟେରା। ଗତ କିଛିଦିନ ହେଲା ରାଜଧାନୀରେ ନିଶା ଦେଇ ଲୁଟ୍‌ ମାମଲା ବଢ଼ି ବଢ଼ି ଚାଲିଥିବାବେଳେ ଗୋଟିଏ ବି ଘଟଣାରେ ଲୁଟେରାଙ୍କୁ ଧରିବାରେ ଫେଲ୍ ମାରିଛି ପୁଲିସ। ଫଳରେ ନିଶାଦିଆ ଲୁଟେରାଙ୍କ ଉତ୍ପାତ ଓ ଆତଙ୍କ ଜାରି ରହିଛି। ଜଣଙ୍କ ପରେ ଜଣେ ଏମାନଙ୍କ ଶିକାର ହେଉଛନ୍ତି। ଏଥର କିନ୍ତୁ ଯାତ୍ରୀ ନୁହନ୍ତି; ଜାଲରେ ପଡ଼ିଛନ୍ତି ଏମ୍ସର ଜଣେ କର୍ମଚାରୀ। ତାଙ୍କ ନାଁ ସିଲୁ। ଲୁଟ୍‌ର ତରିକା ମଧ୍ୟ ଅତି ସାଂଘାତିକ। ଲୁଟେରା ଜଣକ ଏହି କର୍ମଚାରୀଙ୍କ ସହ ସମ୍ପର୍କ ବଢ଼ାଇବା ପରେ ମନରେ ବିଶ୍ବାସ ଜନ୍ମାଇ କୌଶଳକ୍ରମେ ତାଙ୍କଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପ୍ରାୟ ମାସେ ତଳେ ସିଲୁଙ୍କ ସହ ଲୁଟେରାର ଚିହ୍ନା ପରିଚୟ ହୋଇଥିଲା। ତା’ର ଜଣେ ସମ୍ପର୍କୀୟ ଏମ୍ସରେ ଚିକିତ୍ସିତ ହେଉଥିବାରୁ ସେ ନିୟମିତ ଯିବାଆସିବା କରୁଥିବା କହିଥିଲା। ଗତକାଲି ଲୁଟେରା ସିଲୁଙ୍କୁ ଫୋନ୍ କରି ପ‌ାଖକୁ ଡାକିଥିଲା। ଖଣ୍ଡଗିରି ଅଞ୍ଚଳରେ ରହୁଥିବା ସିଲୁ ଖାରବେଳନଗରରେ ପହଞ୍ଚିଥିଲେ। ଲୁଟେରା ଓ ସେ ଏକାଠି ସପିଂ ମଲ୍ ବୁଲିଥିଲେ। ଏହା ପରେ ସେମାନେ ଆଇଜି ପାର୍କକୁ ମଧ୍ୟ ଯାଇଥିଲେ। ଲୁଟେରା ଜଣଙ୍କ ସେଠାରେ ତାଙ୍କୁ ଅମୁଲ୍‌ କୁଲ୍ ପିଇବାକୁ ଦେଇଥିଲା। ଅମୁଲ କୁଲ୍ ପିଇବା ପରେ ଅଚେତ ହୋଇ ଯାଇଥିଲେ ସିଲୁ। ପରେ ସୁରକ୍ଷାକର୍ମୀ ତାଙ୍କୁ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚେତା ଆସିବା ପରେ ସିଲୁ ତାଙ୍କ ଘର ଠିକଣା କହିଥିଲେ। ଖବର ପାଇ ପରିବାର ଲୋକ ପହଞ୍ଚିଥିଲେ। ଦୁର୍ବୃତ୍ତ ଜଣକ ସିଲୁଙ୍କଠାରୁ ମୋବାଇଲ ଫୋନ୍, ଟଙ୍କା, ପରିଚୟପତ୍ର ଲୁଟି ନେଇଥିବା ନେଇ ସିଲୁ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। କିନ୍ତୁ ଏଯାଏ ଲୁଟେରାର ଟେର୍ ପାଇପାରି ନାହିଁ ପୁଲିସ।

କ୍ୟାପିଟାଲ ଥାନା ଅଞ୍ଚଳରେ ଆଡ଼ା ଜମାଇଛନ୍ତି ଅପରାଧୀ
କ୍ୟାପିଟାଲ ଥାନା ଅଞ୍ଚଳରେ ଆଡ଼ା ଜମାଇଛନ୍ତି ନିଶାଦିଆ ଲୁଟେରା। ଗତକାଲି ଆଇଜି ପାର୍କରୁ ଲୁଟ୍ ହୋଇଥିବା ବେଳେ ଅନ୍ୟ ଘଟଣାଗୁଡ଼ିକ ବାପୁଜୀନଗର, ଶିଶୁଭବନ ଆଦି ଅଞ୍ଚଳରେ ଘଟିଥିଲା। କିନ୍ତୁ ଗୋଟିଏ ବି ମାମଲାରେ ପୁଲିସ ଲୁଟେରାଙ୍କୁ ଧରି ପାରିନାହିଁ। କେବଳ ନିଶାଦିଆ ଲୁଟେରା ନୁହନ୍ତି; ଏବେ ବାଇକ୍‌ ଚୋର ମଧ୍ୟ ସକ୍ରିୟ ହୋଇଛନ୍ତି। ପୂର୍ବରୁ ଆଇଜି ପାର୍କ ନିକଟରୁ ବାଇକ୍ ଚୋରି ହେଉଥିବା ବେଳେ ଏବେ ଟାର୍ଗେଟରେ ରହିଛି ଫରେଷ୍ଟ ପାର୍କ। ଦୁଇ ମାସ ଭିତରେ ୨୦ରୁ ଅଧିକ ବାଇକ୍ ଚୋରି ଘଟଣା ଚିନ୍ତାର କାରଣ ସାଜିଛି। ସେହିପରି ବ୍ରାଉନସୁଗାର ବେପାରୀ ୟୁନିଟ୍-୬ ଅଞ୍ଚଳରେ ଗଳିକନ୍ଦିରେ ଭର୍ତ୍ତି ହୋଇ ଗଲେଣି। ମାତ୍ର ସେମାନଙ୍କୁ ମଧ୍ୟ ପୁଲିସ କାବୁ କରିବାରେ ଫେଲ୍ ମାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe