ବିନା ମୂଲ୍ୟରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ଦାବି, କରୋନା ପାଇଁ ଅନଶନ ଭାଙ୍ଗିଲେ ନିଶିକାନ୍ତ

Advertisment
ବିନା ମୂଲ୍ୟରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଯୋଗାଣ ଦାବି, କରୋନା ପାଇଁ ଅନଶନ ଭାଙ୍ଗିଲେ ନିଶିକାନ୍ତ

ଭୁବନେଶ୍ବର : ଓଡ଼ିଶାରେ ବିଦ୍ୟୁତ୍‌ ଦରବୃଦ୍ଧି ପ୍ରତ୍ୟାହାର ଓ ପ୍ରତି ପରିବାରକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବିନା ମୂଲ୍ୟରେ ଯୋଗାଇବା ଦାବିରେ ଲୋୟର୍‌ ପିଏମ୍‌ଜିରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଦିଆଯାଇଥିବା ଅନଶନକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ଓଡ଼ିଶାର ୧୦ ରାଜନୈତିକ ଦଳଙ୍କ ଅନୁରୋଧକ୍ରମେ ନିଶିକାନ୍ତ ମହାପାତ୍ର ଆଜି ଏଠାରେ ଆମରଣ ଅନଶନ ଭଙ୍ଗ କରିଛନ୍ତି।

ଶ୍ରୀ ମହାପାତ୍ର ଗତ ୭ ତାରିଖରୁ ୧୦ ଦିନ ଧରି ଆମରଣ ଅନଶନରେ ବସିଥିଲେ। ତେବେ ଦେଶରେ କରୋନାର ଦ୍ବିତୀୟ ଲହର ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଶ୍ରୀ କେଜ୍ରିୱାଲ ଅନଶନ ଭଙ୍ଗ କରିବା ପାଇଁ ନିଶିକାନ୍ତଙ୍କୁ ଅନୁରୋଧ କରିଥିଲେ। ସମସ୍ତ ରାଜନୈତିକ ଦଳ ନେତାଙ୍କ ଉପସ୍ଥିତରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ବରିଷ୍ଠ ସାମ୍ବାଦିକ ରବି ଦାସ ଫଳ ରସ ପିଆଇ ଶ୍ରୀ ମହାପାତ୍ରଙ୍କର ଅନଶନ ଭଙ୍ଗ କରିଥିଲେ। କରୋନା ସ୍ଥିତି ସ୍ବାଭାବିକ ହେବା ପରେ ପୁଣିଥରେ ଆନ୍ଦୋଳନ ଚାଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ ରାଜ୍ୟ ସାଧାରଣ ସଂପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ (ଏମଏଲ) ସଭ୍ୟ ରାଧାକାନ୍ତ ସେଠୀ, ସିପିଆଇ ନେତା ସତୀଶ ମିଶ୍ର, ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକ ରାଜ୍ୟ ସଭାପତି ଜ୍ୟୋତି ରଞ୍ଜନ ମହାପାତ୍ର, ସିପିଆଇ (ଏମଏଲ) ରେଡ୍‌ଷ୍ଟାର୍‌ ସଂପାଦକ ଶିବରାମ, ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ ଓ ଆପ୍‌ର ବହୁ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe