ଡ୍ରିମ୍‌ସ ମେଡିକାଲ କଲେଜ୍‌ରେ ୧୦୦ ସିଟ୍‌ରେ ନାମଲେଖା ପାଇଁ ଏନ୍‌ଏମ୍‌ସିର ଅନୁମତି

Advertisment
ଡ୍ରିମ୍‌ସ ମେଡିକାଲ କଲେଜ୍‌ରେ ୧୦୦ ସିଟ୍‌ରେ ନାମଲେଖା ପାଇଁ ଏନ୍‌ଏମ୍‌ସିର ଅନୁମତି

Collegedunia

କଟକ: ୨୦୨୩-୨୪ ଶିକ୍ଷା ବର୍ଷରେ ଏମ୍‌ବିବିଏସ୍‌ କୋର୍ସ ୧୦୦ ସିଟ୍‌ରେ ନାମ ଲେଖାଇବା ପାଇଁ କଟକ (ଟାଙ୍ଗୀ) ଠାରେ ନୂତନ ଭାବରେ ସ୍ଥାପନ ହୋଇଥିବା ‘ଡ୍ରିମ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହେଲଥ ସାଇନ୍ସ ଆଣ୍ଡ ହସ୍‌ପିଟାଲକୁ ଅନୁମତି ମିଳିଛି। ନ୍ୟାସନାଲ ମେଡିକାଲ କମିସନ (ଏନ୍‌ଏମ୍‌ସି)ର ମେଡିକାଲ ଆସେସମେଣ୍ଟ ଓ ରେଟିଙ୍ଗ ବୋର୍ଡ (ଏମ୍‌ଏଆରବି)ର ଏକ ସ୍ୱତନ୍ତ୍ର ଟିମ୍‌ ଡ୍ରିମ୍‌ସ ପରିଦର୍ଶନରେ ଆସି ହସ୍‌ପିଟାଲ ଓ ପ୍ରସ୍ତାବିତ

ମେଡିକାଲ କଲେଜର ଭିତ୍ତିଭୂମି ଯାଞ୍ଚ କରି ରିପୋର୍ଟ ଦେବା ପରେ ଏହି ଅନୁମତି ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।
ସୂଚନାଯୋଗ୍ୟ, ଏସ୍‌ସିବି ପରେ ଡ୍ରିମ୍‌ସ ହେବ କଟକ ଜିଲ୍ଲାର ଦ୍ବିତୀୟ ମେଡିକାଲ କଲେଜ। ଏଥିପାଇଁ ଏନ୍‌ଏମ୍‌ସି କର୍ତ୍ତୃପକ୍ଷ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଡ୍ରିମ୍‌ସ ପରିଚାଳନା ପରିଷଦ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe