ରାମ ମନ୍ଦିର ଆଗରେ ଭିକ ମାଗିବା ମନା, ଦେଖିଲେ ଉଠାଇ ନେବ ବିଏମ୍‌ସି

Advertisment

ସବୁ ପର୍ଯ୍ୟଟନସ୍ଥଳୀ ହେବ ଭିକାରିମୁକ୍ତ ଅଞ୍ଚଳ

ସବୁ ପର୍ଯ୍ୟଟନସ୍ଥଳୀ ହେବ ଭିକାରିମୁକ୍ତ ଅଞ୍ଚଳ

ରାମ ମନ୍ଦିର ଆଗରେ ଭିକ ମାଗିବା ମନା, ଦେଖିଲେ ଉଠାଇ ନେବ ବିଏମ୍‌ସି

ଭୁବନେଶ୍ୱର : ୟୁନିଟ-୯ସ୍ଥିତ ରାମ ମନ୍ଦିର ଅଞ୍ଚଳକୁ ବିଏମ୍‌ସି ଭିକାରିମୁକ୍ତ ଅଞ୍ଚଳ ଘୋଷଣା କରିଛି। ଅର୍ଥାତ୍‌ ଏଠାରେ କେହି ଭିକ ମାଗିପାରି‌ବେ ନାହିଁ। ଯଦି କେହି ଭିକ ମାଗୁଥିବା ଦେଖାଯାଏ ତେବେ ବିଏମ୍‌ସି ଟିମ୍‌ ତାଙ୍କୁ ଉଠାଇନେଇ ନିକଟସ୍ଥ ଆଶ୍ରୟସ୍ଥଳୀରେ ଛାଡ଼ିଦେବ। କେବଳ ରାମମନ୍ଦିର ନୁହେଁ, ଐତିହ୍ୟ, କୀର୍ତ୍ତିରାଜିରେ ଭରପୂର ପୂରା ଭୁବନେଶ୍ବରକୁ ଭିକାରିମୁକ୍ତ ଅଞ୍ଚଳ କରାଯିବ। କୌଣସି ପର୍ଯ୍ୟଟନସ୍ଥଳୀରେ କେହି ଭିକ ମାଗିପାରିବେ ନାହିଁ ବୋଲି ବିଏମ୍‌ସି ନିୟମ କରିବାକୁ ଯାଉଛି। ଯିଏ ଭିକ ମାଗୁଥିବା ଦେଖାଯିବ ତାଙ୍କୁ ଉଠାଇ ଆଣି ସହରାଞ୍ଚଳ ଆଶ୍ରୟସ୍ଥଳୀରେ ରଖାଯିବ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ରାମ ମନ୍ଦିରକୁ ଭିକ୍ଷାବୃତ୍ତି ମୁକ୍ତ ଅଞ୍ଚଳ କରିବା ପାଇଁ ରାମ ମନ୍ଦିରର ଟ୍ରଷ୍ଟି ଓ କର୍ମକର୍ତ୍ତାଙ୍କୁ ଜଣାଇ ଦିଆଯାଇଛି। ଟ୍ରଷ୍ଟ ପକ୍ଷରୁ ହୋର୍ଡିଂ କିମ୍ବା ବ୍ୟାନର ଲଗାଇ ସାଧାରଣ ଲୋକ ଓ ଭିକାରିଙ୍କୁ ଏନେଇ ସଚେତନ କରିବାକୁ କୁହାଯାଇଛି। ନଗର ଉନ୍ନୟନ ବିଭାଗ ରାଜ୍ୟର କିଛି ମନ୍ଦିର ଅଞ୍ଚଳକୁ ଭିକ୍ଷାବୃତ୍ତି ମୁକ୍ତ ଅଞ୍ଚଳ ଘୋଷଣା କରିଥିବାବେଳେ ସେହି ନିର୍ଦ୍ଦେଶନାମା ବଳରେ ବିଏମ୍‌ସି ଏବେ ରାମ ମନ୍ଦିର ସମ୍ମୁଖରେ ଭିକ ମାଗିବା ଉପରେ ରୋକ୍‌ ଲଗାଇଛି। ଯଦି କେହି ଭିକ୍ଷା ମାଗୁଥିବା ଦେଖାଯାଏ ତେବେ ତାଙ୍କୁ ମାଳିସାହିସ୍ଥିତ ସହରାଞ୍ଚଳ ଆଶ୍ରୟସ୍ଥଳୀ କିମ୍ବା ସୋସିଓ ଇକ୍ୟୁଟି ସେଣ୍ଟରକୁ ପଠାଯିବ। ବିଏମ୍‌ସି ପକ୍ଷରୁ ପତିତ ଉଦ୍ଧାର ସମିତି ଭିକାରିମାନଙ୍କୁ ସ୍ଥାନାନ୍ତର କରିବ। ଦୁଇ ଦିନ ହେଲା ଏହି ଅଭିଯାନ ଆରମ୍ଭ ହୋଇଥିବାବେଳେ ୧୦ଜଣ ଭିକାରିଙ୍କୁ ଦୁଇଟି ଯାକ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ସେଠାରେ ସେମାନଙ୍କୁ ମାଗଣାରେ ଖାଇବା, ପିଇବା, ରହିବା, ପିନ୍ଧିବା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe