ପୁରୁଣା ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ ୬୭ରେ ଥିବା କପିଳପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଦିନ ହେଲା ଡାକ୍ତର ନାହାନ୍ତି। ଏଠାରେ ରୋଗୀ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଏ ନେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନା ଅନୁଯାୟୀ ଜାନୁଆରି ୨୬ତାରିଖ ସାଧାରଣତନ୍ତ୍ର ଦିବସଠାରୁ ଏଠାକୁ କେହି ଡାକ୍ତର ଆସୁ ନାହାନ୍ତି। ଫଳରେ ଚିକିତ୍ସା ପାଇଁ ଆସୁଥିବା ବହୁ ରୋଗୀ ନିରାଶ ହୋଇ ଫେରୁଛନ୍ତି। କେହି କେହି ଘରୋଇ ମେଡିକାଲ୍ରେ ଅଧିକ ଅର୍ଥ ଦେଇ ଚିକିତ୍ସିତ ହେଉଛନ୍ତି। ଖବର ପାଇ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନେତା ରାମକୃଷ୍ଣ ପରିଡ଼ା, ବଳରାମ ନନ୍ଦ, ୱାର୍ଡ ସଭାପତି ନାରାୟଣ ନନ୍ଦ ପ୍ରମୁଖ ହସ୍ପିଟାଲଠାରେ ପହଞ୍ଚି ଏପରି ଅବ୍ୟବସ୍ଥା ସଂପର୍କରେ ଅବଗତ ହୋଇଥିଲେ। ପରେ ଏ ନେଇ ବିଏମ୍ସି ହସ୍ପିଟାଲ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିରୋଧ ଛୋଟରାୟଙ୍କୁ ଜଣାଇଥିଲେ। ଡା. ଛୋଟରାୟ କହିଛନ୍ତି, ବିଏମ୍ସି ଅଧୀନରେ ଥିବା ଏହି ହସ୍ପିଟାଲରେ ଏନ୍ଆରଏଚ୍ଏମ୍ ପକ୍ଷରୁ ଡାକ୍ତର ନିଯୁକ୍ତି କରାଯାଇଛି। ଡ୍ୟୁଟିରେ ଥିବା ଡାକ୍ତର କ’ଣ ପାଇଁ ଆସୁ ନାହାନ୍ତି ସେ ସଂପର୍କରେ ତାଙ୍କ ପାଖରେ କିଛି ସୂଚନା ନାହିଁ। ଏଠାକୁ ଡାକ୍ତର ତୁରନ୍ତ ନଆସିଲେ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us