ଏଣିକି ବିନା ହେଲମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ଯାଏ ଫ୍ଲାଏ ଓଭରରେ ବାଇକ ଚଳାଇବା ମନା

ଏଣିକି ବିନା ହେଲମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ଯାଏ ଫ୍ଲାଏ ଓଭରରେ ବାଇକ ଚଳାଇବା ମନା

ଭୁବନେଶ୍ୱର: ଏଣିକି ରାଜଧାନୀରେ ବିନା ହେଲମେଟ୍‌ରେ ବାଇକ୍‌ ଚାଳନା ଉପରେ କଟକଣା ଲାଗିଛି। ସୋମବାର ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍‌ ପୁନିଆ ଏ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଖଣ୍ଡଗିରିରୁ ରସୁଲଗଡ଼ ଯାଏ ଫ୍ଲାଏ ଓଭରରେ ଯେଉଁ ଚାଳକ ବିନା ହେଲମେଟରେ ବାଇକ୍‌ ଚଳାଇବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣିକି ବିନା ହେଲମେଟରେ ବାଇକ୍‌ ଚଳାଇବା ଚାଳକଙ୍କୁ ମହଙ୍ଗା ପଡ଼ି ପାରେ। ଏହି ନିର୍ଦ୍ଦେଶ ଅମାନ୍ୟ କଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ  ଆସନ୍ତାକାଲି ଠାରୁ ମାସକ ପାଇଁ ଏହି ନିୟମ କଡ଼ାକଡି ଭାବେ ଲାଗୁ ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe