କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମ୍‌ସିର ଗାଇଡଲାଇନ୍‌ ଜାରି: ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ

Advertisment
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବିଏମ୍‌ସିର ଗାଇଡଲାଇନ୍‌ ଜାରି: ଜଳାଶୟରେ ବୁଡ଼ ପକାଇପାରିବେନି ଭକ୍ତ

ଭୁବନେଶ୍ବର: ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରଦ୍ଧାଳୁମାନେ ଭୋର ସକାଳୁ ଜଳାଶୟରେ ଆସ୍ଥା ଓ ଭରସାର ସ୍ନାନ କରୁଛନ୍ତି। ରାଜଧାନୀ ଭୁବନେଶ୍ବର ସମେତ ଏକାମ୍ର କ୍ଷେତ୍ରରେ ହବିଷ୍ୟାଳିମାନେ ପ୍ରତିଦିନ ଭୋର ସକାଳୁ ଶୁଦ୍ଧ ସ୍ନାନ କରୁଛନ୍ତି। ଏହାରି ମଧ୍ୟରେ ଆଜି ପବିତ୍ର ବଡ଼ ଏକାଦଶୀ ମଧ୍ୟରେ ପଞ୍ଚୁକ ଆରମ୍ଭ ହୋଇଯାଇଛି। ତେବେ ପଞ୍ଚୁକର ସ୍ବତନ୍ତ୍ର ଦିନ ପୂର୍ଣ୍ଣିମା ଓ ବଡ଼ଓଷା ଦିନରେ ଏକାମ୍ର‌ କ୍ଷେତ୍ରରେ ଥିବା ବିନ୍ଦୁସାଗରରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇପାରିବେ ନାହିଁ। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ୍‌ ଜାରି କରାଯାଇଛି।

କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ବିଏମ୍‌ସି ତରଫରୁ ନଭେମ୍ବର ୧୯ ତାରିଖ ପାଇଁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ବିଏମ୍‌ସି ଅଧିନରେ ଥିବା ସମସ୍ତ ଜଳାଶୟ ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ବିନ୍ଦୁସାଗର ସମେତ ଭୁବନେଶ୍ବର ପରିସର ମଧ୍ୟରେ ଥିବା ଅନ୍ୟ ଜଳାଶୟ (ନଦୀ ଓ ପୋଖରୀ)ରେ ବୁଡ଼ ପକାଇପାରିବେ ନାହିଁ। ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଭୁବନେଶ୍ବରରେ ସଂପୂର୍ଣ୍ଣ ଭାବେ କମିନାହିଁ। ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପଦକ୍ଷେପ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe