ଲମ୍ବା ଧାଡ଼ିରେ ଗ୍ରାହକ: ଏଟିଏମ୍‌ରୁ ବାହାରୁନି ଟଙ୍କା!

Advertisment
ଲମ୍ବା ଧାଡ଼ିରେ ଗ୍ରାହକ: ଏଟିଏମ୍‌ରୁ ବାହାରୁନି ଟଙ୍କା!

ଭୁବନେଶ୍ୱର: ଗତ ଦୁଇ ତିନିଦିନ ଧରି ରାଜଧାନୀର କେତେକ ଏଟିଏମ୍‌ରୁ ଟଙ୍କା ବାହାରୁ ନଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏଟିଏମ୍‌ରେ ଏପରି ସମସ୍ୟା ଦେଖାଦେଇଥିଲା। ଗ୍ରାହକମାନେ ଖରାରେ ଏ ଏଟିଏମ୍‌ରୁ ସେ ଏଟିଏମ୍‌ ଦୌଡ଼ୁଥିବା ଦେଖାଯାଇଥିଲା। ତେବେ ଏ ନେଇ ବ୍ୟାଙ୍କ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ଏପରି ସମସ୍ୟା ସାମୟିକ। ଏହା ରାଜଧାନୀର ଅଳ୍ପ କିଛି ଏଟିଏମ୍‌ରେ ହୋଇଥିବ। ସେହିପରି ଏ ସଂପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ବିଭିନ୍ନ ବ୍ୟାଙ୍କରେ ଦେଖାଦେଇଥିବା ଠକେଇ ମାମଲା ଯୋଗୁ ବ୍ୟାଙ୍କଗୁଡ଼ିକ ଟଙ୍କା କାରବାରକୁ ନେଇ ଅଧିକ ସଜାଗ ହୋଇ ଯାଇଛନ୍ତି। ବଡ଼ ଧରଣର ଟଙ୍କା କାରବାର ନେଇ କେହି ନିଷ୍ପତ୍ତି ନେବାକୁ ସାହସ କରୁ ନାହାନ୍ତି। ବୋଧ ହୁଏ ସେହି କାରଣରୁ ଏଟିଏମ୍‌ଗୁଡ଼ିକରେ ଠିକ୍‌ ସମୟରେ ଟଙ୍କା ପହଞ୍ଚି ପାରୁନି। ଟଙ୍କାର ସେଭଳି କିଛି ଅଭାବ ନାହିଁ। ସୂଚନା ଅନୁଯାୟୀ ଅଧିକାଂଶ କାଉଣ୍ଟର ବନ୍ଦ ରହିଥିବା ଦେଖାଯାଇଥିଲା। ବିଶେଷକରି ନୂଆପଲ୍ଲୀ, ଆଇଡି ମାର୍କେଟ୍‌, ସିଆର୍‌ପି, ଗୋପବନ୍ଧୁ ଛକ, ପଟଆ, ରସୁଲଗଡ଼, ବମିଖାଲ, ରିଜର୍ଭ ବ୍ୟାଙ୍କ ପାଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରେ ଏଭଳି ସମସ୍ୟା ଦେଖାଦେଇଛି ବୋଲି କିଛି ଗ୍ରାହକ ଅଭିଯୋଗ କରିଛନ୍ତି। ଗୋଟିଏ ଗୋଟିଏ ଏଟିଏମ୍‌ କାଉଣ୍ଟର୍‌ରୁ ମାତ୍ର ଏକ ହଜାର ଟଙ୍କାରୁ ଅଧିକ ଉଠୁ ନାହିଁ। ଉପଭୋକ୍ତା ରମେଶ ଚନ୍ଦ୍ର ଓଝା କହିଛନ୍ତି, ପାଖାପାଖି ଦୁଇ ଦିନ ହେବ ଏଟିଏମ୍‌ କାଇଣ୍ଟରରୁ ଟଙ୍କା ବାହାରୁନି। ଖାରବେଳ ନଗର ଏଟିଏମ୍‌ ସିକ୍ୟୁରିଟି ଗାର୍ଡ଼କୁ ପଚାରିବାରୁ ସେ କହିଛନ୍ତି ଯେ ଏଟିଏମ୍‌ ସର୍ଭିିସ୍‌ର ନେଟଓ୍ଵାର୍କ ଖରାପ ଅଛି ସେଥିପାଇଁ ଏପରି ପରିସ୍ଥିତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe