ବିବାହ ପାଇଁ ଯିବାକୁ ପଡ଼ିବନି ଥାନା, ଘରେ ବସି ମିଳିପାରିବ ଅନୁମତି

ବିବାହ ପାଇଁ ଯିବାକୁ ପଡ଼ିବନି ଥାନା, ଘରେ ବସି ମିଳିପାରିବ ଅନୁମତି

pngitem.com

ଭୁବନେଶ୍ୱର: ବିବାହ ଓ ଅନ୍ତେଷ୍ଟି କ୍ରିୟା ପାଇଁ ଏଣିକି ଥାନାକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ଲୋକେ ବିବାହ ଓ ଅନ୍ତେଷ୍ଟି କ୍ରିୟା ପାଇଁ ଅନୁମତି ପାଇପାରିବେ । ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କର ସଂଖ୍ୟା ବଢ଼ିଚାଲିଥିବାରୁ କମିସନରେଟ ପୁଲିସ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି । ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ କରିବାକୁ ପଡ଼ିବ । କମିସନରେଟ ପୋଲିସକୁ ଫୋନ କଲ ମିଳିବା ପରେ ହ୍ୱାଟ୍‌ସଆପ ମାଧ୍ୟମରେ ଏକ ଫର୍ମାଟ ଆବେଦନକାରୀଙ୍କ ପାଖକୁ ପଠାଯିବ । ଏହି ଫର୍ମାଟ ପୂରଣ କରି ପୁଲିସ ପାଖକୁ ପଠାଇବାକୁ ପଡ଼ିବ । ଏହି ମାଧ୍ୟମରେ କମିସନରେଟ ପୁଲିସ ଅନୁମତି ପତ୍ର ପ୍ରଦାନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe