ଭୟଭୀତ ହେବାର କାରଣ ନାହିଁ: ମୁଖ୍ୟ ସଚିବ

Advertisment

ଗହଳିକୁ ଯାଅନି, ଗାଇଡ୍‌ଲାଇନ୍ ପାଳନ କର

ଗହଳିକୁ ଯାଅନି, ଗାଇଡ୍‌ଲାଇନ୍ ପାଳନ କର

୨,୦୦୫ କୋଟିର ୧୦ ପ୍ରକଳ୍ପ ମଞ୍ଜୁର: ୩,୫୪୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

YouTube

ଭୁବନେଶ୍ବର: କୋଭିଡ୍‌ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ତେଣୁ ଭୟ ନ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଥିଲେ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଉ ଥରେ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇଛନ୍ତି। ଲୋକ ଭୟଭୀତ ନ ହୋଇ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ସେ ନିବେଦନ କରିଛନ୍ତି।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ଓଡ଼ିଶା ସଫଳତାର ସହ ପୂର୍ବ ଦୁଇଟି ଲହରର ମୁକାବିଲା କରିଥିଲା। ଏଥର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଜୀବିକାକୁ ପ୍ରାଧାନ୍ୟ ଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ଜୀବିକାକୁ ବଜାୟ ରଖି କିପରି କୋଭିଡ୍‌ ମୁକାବିଲା କରିପାରିବା ତାହା ଉପରେ ଧ୍ୟାନ ଦିଆଯାଇଛି। ସେଥି ପାଇଁ ଲକ୍‌ଡାଉନ୍, ସଟ୍‌ଡାଉନ୍ କରାଯାଇନି। ଏ ଯାଏ ତୃତୀୟ ଲହରର ସଫଳ ମୁକାବିଲା କରୁଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୭ ଦିନରେ ସବୁ କୋଭିଡ୍ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ କରାଯାଇଛି। ସେଥିରେ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ଅଛି। ଗତ ୭ ଦିନ ହେଲା ୧୦ରୁ ୧୧ ହଜାର ରୋଗୀ ବାହାରୁଛନ୍ତି। ତେବେ ହସ୍ପିଟାଲ୍‌କୁ ମାତ୍ର ଦୁଇ ପ୍ରତିଶତ ରୋଗୀ ଯାଉଛନ୍ତି। ପୂର୍ବ ଦୁଇ ଲହର ଠାରୁ ଏହା ବହୁତ କମ୍। ଗତ ୧୫ ଦିନର ଅଭିଜ୍ଞତାରୁ ଜଣାପଡ଼ୁଛି ଯେ ଅକ୍ସିଜେନ୍, ଆଇସିୟୁ ଓ ଭେଣ୍ଟିଲେଟର୍‌ କମ୍ ଆବଶ୍ୟକତା ପଡ଼ୁଛି। ତେଣୁ ଲୋକ ଭୟଭୀତ ‌ହୁଅନ୍ତୁ ନାହିଁ। କିନ୍ତୁ କୌଣସି ପରିସ୍ଥିତିରେ ଅବହେଳା କରିବା କଥା ନୁହେଁ। ଏବେ ସଂକ୍ରମଣ ଦ୍ରୁତ ଗତିରେ ଚାଲିଛି। ଅବହେଳା କଲେ ସଂକ୍ରମଣ ଆହୁରି ବଢ଼ିଯାଇପାରେ। ତେଣୁ ବାହାରକୁ ବାହାରିଲା ବେଳେ ମାସ୍କ ପିନ୍ଧିବା ସହ ଗହଳି ଅଞ୍ଚଳକୁ ନ ଯିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ଆସନ୍ତା କିଛି ଦିନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେଣୁ କୋଭିଡ୍‌ ଗାଇଡ୍‌ଲାଇନ୍ ମାନି ଚଳିବାକୁ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe