ଜୟଦେବବାଟିକାରେ ‌କେହି ଭୋଜି କଲେନି

ବାତ୍ୟା ‘ମୋନ୍ଥା’ଜନିତ ବର୍ଷା ଭୁବନେଶ୍ବରକୁ ପର୍ଯ୍ୟଟକଙ୍କ ଆଗମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ସହରର ଅନ୍ୟତମ ଭ୍ରମଣ ସ୍ଥାନ ତଥା ଆକର୍ଷଣୀୟ ପାର୍କ ଜୟଦେବ ବାଟିକାରେ ଏହାର....

Untitled-1

ଖଣ୍ଡଗିରି: ବାତ୍ୟା ‘ମୋନ୍ଥା’ଜନିତ ବର୍ଷା ଭୁବନେଶ୍ବରକୁ ପର୍ଯ୍ୟଟକଙ୍କ ଆଗମନ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ସହରର ଅନ୍ୟତମ ଭ୍ରମଣ ସ୍ଥାନ ତଥା ଆକର୍ଷଣୀୟ ପାର୍କ ଜୟଦେବ ବାଟିକାରେ ଏହାର ପ୍ରତିଫଳନ ଦେଖାଯାଇଛି। ନିୟମିତ ଭାବେ ଏଠାକୁ ଯେତିକି ପର୍ଯ୍ୟଟକ ଆସିଥାନ୍ତି ଆଜି ସେଭଳି ଦେଖିବାକୁ ମିଳି ନ ଥିଲା। କାଁ ଭାଁ ପର୍ଯ୍ୟଟକ ଭୁବନେଶ୍ବର ଓ ଉପକଣ୍ଠରେ ଥିବା ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିଲେ। ସହରର ଦୁଇଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖଣ୍ଡଗିରି ଓ ଉଦୟଗିରିରେ ଆଜି ପର୍ଯ୍ୟଟକଙ୍କ ସଂଖ୍ୟା ବହୁତ କମ୍‌ ରହିଥିଲା। ବର୍ଷା ସତ୍ତ୍ବେ ଯେଉଁମାନେ ବି ଆସିଥିଲେ ପାହାଡ଼ ଉପରେ କମ୍‌ ସମୟ ବିତାଇବା ପରେ ଚାଲି ଯାଇଥିଲେ। ଏପରିକି ଅଧିକାଂଶ ପର୍ଯ୍ୟଟକ ପାହାଡ଼ ଉପରକୁ ଚଢ଼ି ନ ଥିଲେ। କେବଳ ତଳେ ବୁଲିବା ସହ ଫଟୋ ଉଠାଇ ଚାଲିଯାଇଥିଲେ। ପର୍ଯ୍ୟଟକଙ୍କ ପ୍ରକୃତ ସଂଖ୍ୟା ଜଣାପଡ଼ି ନ ଥିଲେ ମଧ୍ୟ ଏହା ଏକ ହଜାର ଭିତରେ ରହିଥିବା ଏଏସ୍‌ଆଇର ଜଣେ ଅଧିକାରୀ କହିଛନ୍ତି।

ଜୟଦେବ ବାଟିକାରେ ପର୍ଯ୍ୟଟକଙ୍କ ସଂଖ୍ୟା ଶହେ ବି ଛୁଇଁପାରି ନାହିଁ। ଦିନତମାମ ତୁହାକୁ ତୁହା ବର୍ଷା ଲାଗିରହିବାରୁ ମାତ୍ର ୫୦ ଜଣ ପର୍ଯ୍ୟଟକ ଆଜି ଏଠାକୁ ଆସିଥିବା ସୂଚନା ମିଳିଛି। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ମଧ୍ୟ ଭୋଜିଭାତ ଆସର ବି ଦେଖିବାକୁ ମିଳି ନ ଥିଲା। ଗୋଟିଏ ବି ହେଲେ ପିଣ୍ଡିରେ ଭୋଜି ହୋଇ ନ ଥିବା ଜଣାପଡ଼ିଛି। ଯେଉଁମାନେ ବି ଭୋଜି କରିବାକୁ ପିଣ୍ଡି ବୁକିଂ କରିବାକୁ ଆସିଥିଲେ ସେମାନେ ବତ୍ୟା ଓ ଲଗାଣ ବର୍ଷା ଭୟରେ ଶେଷ ମୂହୁର୍ତ୍ତରେ ନିରାଶ ହୋଇ ଫେରିଥିଲେ। ଗତକାଲି ଯେତିକି ପର୍ଯ୍ୟଟକ ଆସିଥିଲେ ଆଜି ତା’ଠାରୁ ବହୁତ କମ୍‌ ରହିଥିବାରୁ ନିକଟରେ ଥିବା ବ୍ୟବସାୟୀମାନେ ମଧ୍ୟ ପ୍ରଭାବିତ ହୋଇଥିଲେ। ବୁଧବାର ମଧ୍ୟ ସମାନ ସ୍ଥିତି ଲାଗିରହିବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe