କୃପାଜଳରେ ତମାଖୁ ବର୍ଜନ ଦିବସ

Advertisment
କୃପାଜଳରେ ତମାଖୁ ବର୍ଜନ ଦିବସ

ଭୁବନେଶ୍ବର: କୃପାଜଳ ବୈଷୟିକ ମହାବିଦ୍ୟାଳୟରେ ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନ୍‌ଏସ୍‌ଏସ୍‌ ସେଲ୍‌ ପକ୍ଷରୁ ଏକ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ବିଶିଷ୍ଟ ଦନ୍ତ ଚିକିତ୍ସକ ଡା. ରୟମନ୍ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତମାଖୁ ସେବନର ଅପକାରିତା ଓ ମୁଖର ସ୍ୱଚ୍ଛତା ଉପରେ ଆଲୋକପାତ କରିଥିଲେ।

ଅନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କର ଦାନ୍ତ ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା। ଅଧ୍ୟକ୍ଷ ଡା. ଦିଲ୍ଲୀପ କୁମାର ବିଶ୍ୱାଳଙ୍କର ତତ୍ତ୍ବାବଧାନରେ ଅନୁଷ୍ଠିତ ଶିବିରରେ କୃପାଜଳ ବୈଷୟିକ ମହାବିଦ୍ୟାଳୟର ପ୍ରତିଷ୍ଠାତା ଡ. ଭବାନୀ ଚରଣ ରଥ ଓ ନିର୍ଦ୍ଦେଶକ ବିଭୂତି ଭୂଷଣ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶର୍ମିଷ୍ଠା ରଥ, ଶ୍ୱେତା ଖଣ୍ଡେଲୱାଲ, ଡ. ଭବାନୀ ପ୍ରସନ୍ନ ପଟ୍ଟନାୟକ, ଅମିୟ କୁମାର ନାୟକ ଓ ସମସ୍ତ ବିଭାଗୀୟ ମୁଖ୍ୟ ଯୋଗ ଦେଇଥିଲେ। ଏନ୍‌ଏସ୍‌ଏସ୍‌ ସଂଯୋଜକ ଡା. ମନୋଜ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe