ଭୁବନେଶ୍ବର: ଆଇନର ଶାସନ ସାମ୍ବିଧାନିକ ବ୍ୟବସ୍ଥାର ପ୍ରମୁଖ ମନ୍ତ୍ର। ସମ୍ବିଧାନ ଆଧାରିତ ଶାସନ ବ୍ୟବସ୍ଥା ଗଣତନ୍ତ୍ରକୁ ସୁଦୃଢ଼ କରେ। ଏଭଳି କହିଛନ୍ତି ଆଇନ ସେବା ସଂସ୍ଥା ‘କ୍ଳାପ୍’ ପକ୍ଷରୁ  ୭୭ ତମ ସମ୍ବିଧାନ ଦିବସ ପାଳନ ଅବସରରେ ଯୋଗଦେଇଥିବା ଆଇନ ବିଶେଷଜ୍ଞମାନେ। ସମ୍ବିଧାନ ଦିବସ ଅବସରରେ କ୍ଲାପ୍ ଦ୍ୱାରା ଆୟୋଜିତ ଏକ ସତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ କହିଥିଲେ ସମ୍ବିଧାନର ପ୍ରତ୍ୟେକ ବ୍ୟବସ୍ଥା ମଧ୍ୟରେ ଆଇନର ଶାସନ ରହିଛି। ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଆଇନର ବ୍ୟବସ୍ଥା ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କୁ ସମାନ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ। ସମ୍ମାନିତ ଅତିଥିଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିପି ଚୌଧୁରୀ ଓ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରର ସୁରକ୍ଷା ଓ ମୌଳିକ କର୍ତ୍ତବ୍ୟର ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ।

Advertisment

Silk: ସୁକିନ୍ଦା ରେଶମ ପୋକ ପ୍ରକଳ୍ପକୁ ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘର ସ୍ବୀକୃତି

କ୍ଲାପ୍‌ର ସଭାପତି ବିକାଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାର କାଉନ୍‌ସିଲର ପୂର୍ବତନ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର, ବିଶିଷ୍ଠ ମାନବିକ ଅଧିକାର ପ୍ରବକ୍ତା ସଂଗ୍ରାମ ମଲ୍ଲିକ, ପ୍ରଶାସନିକ ଅଧିକାରୀ ସନ୍ନ୍ୟାସୀ କୁମାର ବେହେରା,  ମହିଳା ଅଧିକାର ପାଇଁ କାର୍ଯ୍ୟରତ ବିଣାପାଣୀ ମଲ୍ଲିକଙ୍କୁ ‘ନୋବେଲ ସିଟିଜେନ୍‌ ଅଫ୍ ଇଣ୍ଡିଆ ଆୱାର୍ଡ’ ପ୍ରଦାନ କରାଯାଇଥିଲା। ସମାଜେସେବୀ ପ୍ରଫୁଲ କୁମାର ସାହୁ କ୍ଲାପ୍‌ ପକ୍ଷରୁ ଆୟୋଜିତ ଘରଘର ସମ୍ବିଧାନ ଅଭିଯାନ ଦ୍ବାରା ପ୍ରତ୍ୟେକ ନାଗରିକଙ୍କୁ ସମ୍ବିଧାନର ବ୍ୟବସ୍ଥା ସମ୍ପର୍କରେ କରାଯାଇଥିବା କାର୍ଯ୍ୟକ୍ରମର ବିବରଣୀ ଦେଇଥିଲେ। ଏହି ଅବସରରେ ମୌଳିକ କର୍ତ୍ତବ୍ୟ ସମ୍ପର୍କୀୟ ଏକ ସଚେତନତା ଧର୍ମୀ ପୁସ୍ତକ ଲୋକାର୍ପଣ କରାଯାଇଥିଲା। କ୍ଲାପ୍‌ର ପରିଚାଳନା ବୋର୍ଡର ସଦସ୍ୟା ସ୍ନିଗ୍‌ଧା ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ। ସମ୍ପାଦକ ପୁରୁଷୋତ୍ତମ ସାହୁ, ବିଜୟଶ୍ରୀ ବାରିକ, ଡ଼. ସଦାନନ୍ଦ ବାଗ, ଚନ୍ଦ୍ରଦେବ ପୁରୋହିତ, ରୋହନ ନାୟକ, ସଗର ସଙ୍ଗମ ରାଜୁ ଓ ଅନୁରୂପ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Odisha Assembly: ନବୀନ ଯେ ତାଙ୍କଠୁ ବୟସରେ ବଡ଼… ରାଷ୍ଟ୍ରପତି ହୋଇ ବି ମୁଣ୍ଡ ନୁଆଁଇ କଲେ ନମସ୍କାର, ଇତିହାସ ମନେରଖିବ ମହାମହିମଙ୍କ ମହନୀୟତା