ଚନ୍ଦ୍ରଶେଖରପୁର: ବିଭିନ୍ନ ଗବେଷଣାଲବ୍ଧ ଆବିଷ୍କାର ସମାଜର ମଙ୍ଗଳ ପାଇଁ ଅତ୍ୟନ୍ତ ଜରୁରୀ। ମାନବ ସଭ୍ୟତାର ବିକାଶ ଦିଗରେ ବିଜ୍ଞାନର ଯଥେଷ୍ଟ ଗୁରୁତ୍ୱ ରହିଛି। ଗବେଷଣା ହିଁ ବିଜ୍ଞାନର ପ୍ରକୃତ ମହତ୍ତ୍ୱକୁ ଆଗକୁ ଆଣିପାରିବ। ତେଣୁ ଯୁବବିଜ୍ଞାନୀମାନେ ଉନ୍ନତ ଗବେଷଣା ଉପରେ ଧ୍ୟାନ ଦେବାକୁ ମେଡିସିନ୍ ଓ ଫିଜିଓଲୋଜିରେ ନୋବେଲ୍ ବିଜେତା ବିଶିଷ୍ଟ ଜର୍ମାନୀ ବୈଜ୍ଞାନିକ ପ୍ରଫେସର ଏରଓ୍ଵିନ୍ ନେହେର୍ ପରାମର୍ଶ ଦେଇଛନ୍ତି। ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍) ପରିଦର୍ଶନ ଅବସରରେ ଗବେଷକ, ଛାତ୍ରଛାତ୍ରୀଙ୍କ ସହ ମତବିନିମୟ ସମୟରେ ବିଜ୍ଞାନରେ ମୌଳିକ ଜ୍ଞାନ ଆହରଣ କରିବାକୁ ପ୍ରଫେସର୍ ନେହେର୍ ଗୁରୁତ୍ୱାରୋପ କରିଥିଲେ। ମାନବ ସମାଜକୁ ଉତ୍ତମ ସ୍ୱାସ୍ଥ୍ୟସେବା ଓ ଏକ ଉନ୍ନତମାନର ଜୀବନଧାରଣ ବ୍ୟବସ୍ଥା ପ୍ରଦାନ କ୍ଷେତ୍ରରେ ବୈଜ୍ଞାନିକମାନଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିନିମନ୍ତେ ଯୁବବୈଜ୍ଞାନିକମାନେ ସମାଜ କଲ୍ୟାଣ ପାଇଁ ଗବେଷଣା ଉପରେ ମନୋନିବେଶ କରିବାକୁ ପ୍ରଫେସର୍ ନେହେର ଆହ୍ଵାନ ଦେଇଥିଲେ। ଆଇଏଲ୍ଏସ୍ର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ତଥା ଗବେଷକମାନେ ପ୍ରଫେସର୍ ନେହେରଙ୍କୁ ସମ୍ବର୍ଧିତ କରିଥିଲେ।
ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ନୋବେଲ୍ ବିଜେତା ପ୍ରଫେସର ଏରଓ୍ଵିନ୍
Advertisment
Follow Us