ଟ୍ରାଫିକ୍‌ ଯନ୍ତ୍ରଣାରେ ଅଣନିଶ୍ବାସୀ: ଗାଡ଼ି ଉଠାଇବାରେ ଅଟକିଗଲେ

Advertisment

ଦିନେ କାଳେ ନୁହେଁ, ଏବେ ଟ୍ରାଫିକ୍‌ ଜାମ୍‌ ନିତିଦିନିଆ ହେଲାଣି। ରସୁଲଗଡ଼ ଛକରେ ହେଉଥିବା ଜାମ୍‌ ପାଇଁ କମିସନରେଟ୍‌ ପୁଲିସ ଥଳକୂଳ ପାଉ ନଥିବା ବେଳେ‌ ଆଜି ଲିଙ୍ଗରାଜ ମନ୍ଦିରଠାରୁ ସାମନ୍ତରାପୁର ଛକ ପର୍ଯ୍ୟନ୍ତ ପାଖାପାଖି ଦୁଇଘଣ୍ଟା ଜାମ୍‌ ହୋଇ ଯାଇଥିଲା।

ଦିନେ କାଳେ ନୁହେଁ, ଏବେ ଟ୍ରାଫିକ୍‌ ଜାମ୍‌ ନିତିଦିନିଆ ହେଲାଣି। ରସୁଲଗଡ଼ ଛକରେ ହେଉଥିବା ଜାମ୍‌ ପାଇଁ କମିସନରେଟ୍‌ ପୁଲିସ ଥଳକୂଳ ପାଉ ନଥିବା ବେଳେ‌ ଆଜି ଲିଙ୍ଗରାଜ ମନ୍ଦିରଠାରୁ ସାମନ୍ତରାପୁର ଛକ ପର୍ଯ୍ୟନ୍ତ ପାଖାପାଖି ଦୁଇଘଣ୍ଟା ଜାମ୍‌ ହୋଇ ଯାଇଥିଲା।

dgdgdgdg

ଭୁବନେଶ୍ବର: ଦିନେ କାଳେ ନୁହେଁ, ଏବେ ଟ୍ରାଫିକ୍‌ ଜାମ୍‌ ନିତିଦିନିଆ ହେଲାଣି। ରସୁଲଗଡ଼ ଛକରେ ହେଉଥିବା ଜାମ୍‌ ପାଇଁ କମିସନରେଟ୍‌ ପୁଲିସ ଥଳକୂଳ ପାଉ ନଥିବା ବେଳେ‌ ଆଜି ଲିଙ୍ଗରାଜ ମନ୍ଦିରଠାରୁ ସାମନ୍ତରାପୁର ଛକ ପର୍ଯ୍ୟନ୍ତ ପାଖାପାଖି ଦୁଇଘଣ୍ଟା ଜାମ୍‌ ହୋଇ ଯାଇଥିଲା। ଏତେ ସମୟ ଧରି ଜାମ୍‌ରେ ଆମ୍ବୁଲାନ୍ସ ସମେତ ପର୍ଯ୍ୟଟକ ଫସି ରହିଥିଲେ। ଏଥିରେ ରାଜ୍ୟ ବାହାରର ପର୍ଯ୍ୟଟକ ଥିବାରୁ ସାମାଜିକ ଗଣମାଧ୍ୟମରେ ଭୁବନେଶ୍ବରର ଟ୍ରାଫିକ୍‌ ପରିଚାଳନାକୁ ତୀବ୍ର ନିନ୍ଦା ହୋଇଥିଲା। ଏଣେ କିନ୍ତୁ ଲୋକ ଦେଖାଣିଆ ଚଢ଼ଉରେ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ବ୍ୟସ୍ତ ରହିଛି। ଆଜି ରାସ୍ତା କଡ଼ରୁ କେତେକ ଗାଡ଼ି ଉଠାଇନେଇ ବାହାବା ନେଇଛି। 

ରସୁଲଗଡ଼ ଛକ ଓ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ରାସ୍ତା କଡ଼ରେ କ୍ରେନ୍‌ ଓ ଭାରୀଯାନ ବାଟ ଓଗାଳୁଥିବା‌ରୁ ଏଠାରେ ଭୟଙ୍କର ପରିସ୍ଥିତି ହେଉଛି। ‌ଗୋଟିଏ ଛକ ଅତିକ୍ରମ କରିବାକୁ ଘଣ୍ଟାଏ ଯାଉଛି। ଏହାକୁ ସମାଧାନ କରିବାକୁ ପୁଲିସ ବାଟ ପାଉନି, କେବଳ ଦେଖଣାହାରୀ ସାଜିଛି। ସେହିଭଳି ପୁରୀ-କଟକ ରାସ୍ତାର ଉଭୟ ପଟେ ରାସ୍ତା ଉପରେ ପାର୍କିଂ ହେଉଛି। ଜାଗମରା, ଖଣ୍ଡଗିରି, କଳ୍ପନା, ଜନପଥ ଓ ଏଜିରେ ମଧ୍ୟ ସମାନ ସ୍ଥିତି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) ସହିଦନଗର ଓ ରାଜମହଲଠାରେ ବହୁତଳ କାର୍‌ ପାର୍କିଂ ନିର୍ମାଣ କରିଛି। ଏହାର ଉଦ୍ଦେଶ୍ୟ ରହିଛି କି ସମ୍ପୃକ୍ତ ଅଞ୍ଚଳରେ ରାସ୍ତା କଡ଼ କିମ୍ବା ଅନ୍ୟ କେଉଁଠି ବେଆଇନ ଭାବରେ ପାର୍କିଂ ହେବ ନାହିଁ କିମ୍ବା ରାସ୍ତା ଜାମ୍‌ ହେବ ନାହିଁ। ହେଲେ ଉଭୟ ପାର୍କିଂ ସ୍ଥଳ ଫେଲ୍‌ ମାରିଛି। କେହି ଏଠାକୁ ଯାଉ ନାହାନ୍ତି। ଦୂରଦୃଷ୍ଟି ଅଭାବରୁ ଏହାକୁ ନିର୍ମାଣ କରାଯାଇଥିବାରୁ ଏହାର ଉଦ୍ଦେଶ୍ୟ ସଫଳ ହେଉ ନାହିଁ। ସହିଦନଗରର ସମସ୍ତ ଅଞ୍ଚଳରେ ବେଆଇନ ପାର୍କିଂ ହେଉଥିବାରୁ ସମଗ୍ର ଅଞ୍ଚଳ ଜାମ ହୋଇଯାଉଛି। ୟୁନିଟ-୧ ଓ ୟୁନିଟ-୨ ମାର୍କେଟ ବିଲ୍ଡିଂ ଅଞ୍ଚଳ‌ରେ ମଧ୍ୟ ସ୍ଥିତି ସମାନ। ବହୁତଳ ପାର୍କିଂରେ ଗାଡ଼ି ରଖି ଭୂତଳ ରାସ୍ତାଦେଇ ହାଟକୁ ଯିବାକୁ ଲୋକେ ଅମଙ୍ଗ ହେଉଛନ୍ତି। ଫଳରେ ରାସ୍ତା ଉପରେ ପାର୍କିଂ ହେଉଛି।

ବେଆଇନ ପାର୍କିଂ କରିଥିଲେ ବୋଲି, ୫୦ ଗାଡ଼ି ଉଠିଲା

ଆଜି କମିସନରେଟ୍‌ ପୁଲିସ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବରମୁଣ୍ଡା, ଖଣ୍ଡଗିରି, କିଟ୍‌ ଛକ, ରୁପାଲି ଛକ, ଏଜି ଛକ, ରବି ଟକିଜ୍‌ ଓ ଜାତୀୟ ରାଜପଥ କଡ଼ରେ ଟ୍ରାଫିକ୍‌ ଧରପଗଡ଼ କରାଯାଇଥିଲା। ବେଆଇନ ଭାବେ ରାସ୍ତା କଡ଼ରେ ପାର୍କିଂ ହୋଇଥିବାରୁ ୫ଶହରୁ ଊର୍ଦ୍ଧ୍ବ ଚାଲାଣ କଟାଯାଇଛି। ୫୦ ଗାଡ଼ିକୁ ଉଠାଇ ନିଆଯାଇଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe