ପଞ୍ଚାୟତ ପରିକ୍ରମା କଲା ଅହିଂସା ରଥ

Advertisment
ପଞ୍ଚାୟତ ପରିକ୍ରମା କଲା ଅହିଂସା ରଥ

ବାଲିଅନ୍ତା: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଅହିଂସା ରଥ ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲା। ଏଥିସହିତ ଐତିହ୍ୟ ସମ୍ପନ୍ନ ଜଗନ୍ନାଥ ସଡ଼କ ଦେଇ ପ୍ରାୟ ୮ କିମି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଏହି ପଦଯାତ୍ରାରେ ବିଭିନ୍ନ ସ୍ଥାନରେ ପ୍ରାୟ ୪ ହଜାର ପଦଯାତ୍ରୀ ସାମିଲ ହୋଇଥିଲେ। ପୂର୍ବାହ୍ନରେ ପଦଯାତ୍ରା ନିକୁଞ୍ଜବିହାରୀ ମନ୍ଦିରରୁ ବାହାରିଥିଲା। ତହସିଲଦାର ସରୋଜ କୁମାର ପଣ୍ଡା, ବିଡିଓ ନାରାୟଣ ଚନ୍ଦ୍ର ଜେନା, ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ବ୍ଲକ ବିଜେଡି ସଭାପତି ପ୍ରଦୀପ୍ତ ଜେନାମଣି ଏବଂ ଜିଲ୍ଲା ପରିଷଦ ସଭ୍ୟ ମଙ୍ଗରାଜ ବେହେରା, କୁନମୁନ ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅହିଂସା ରଥ ପରିକ୍ରମା କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ଅହିଂସା ରଥ ପୁରୁଣା ଜଗନ୍ନାଥ ରାସ୍ତାର ପଥରକୋଟ, ବଇଁଚୁଆ, ଇନ୍ଦ୍ରପାଳ, ସତ୍ୟଭାମାପୁର ଦେଇ ଟଙ୍କପାଣି ବ୍ରିଜ ନିକଟରେ ପହଞ୍ଚିଥିଲା। ସେଠାରେ ଗାନ୍ଧୀ ପଦଯାତ୍ରା ସ୍ମାରକୀ ନିକଟରେ ଦୀର୍ଘ ସମୟ ଧରି ନାମ ସଂକୀର୍ତ୍ତନ ପରିବେଷଣ ହୋଇଥିଲା। ପଥଚାରୀମାନଙ୍କୁ ଅହିଂସା ଏବଂ ନିଶା ନିବାରଣ ସଂପର୍କିତ ପ୍ଲାକାର୍ଡ ବଣ୍ଟନ କରାଯାଇଥିଲା। ଏହାପରେ ପଦଯାତ୍ରା ଗଡ଼ଶ୍ରୀରାମପୁର, ଗଡ଼କଣ୍ଟୁଣିଆ, ହୀରାପୁର, ପ୍ରତାପଶାସନ ଓ ରଥିଜେମା ଅଞ୍ଚଳ ଦେଇ ବାଳକାଟି ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟ ନିକଟରେ ପହଞ୍ଚିଥିଲା। ସେଠାରେ ଉକ୍ତ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପଦଯାତ୍ରାରେ ସାମିଲ ହୋଇ ବାଳକାଟି ବଜାର ପରିକ୍ରମା କରିଥିଲେ। ବିଭିନ୍ନ ସ୍ଥାନରେ ପ୍ରମୁଖ ନେତୃବର୍ଗ ଏବଂ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସତ୍ୟଭାମାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ବାଲିଅନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ବିଭିନ୍ନ ସ୍ଥାନରେ ପଦଯାତ୍ରାରେ ସାମିଲ ହୋଇଥିଲେ। ବରିଷ୍ଠ ନେତା କମଳ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ପଦଯାତ୍ରା ପରିଚାଳିତ ହୋଇଥିଲା। ବିଭିନ୍ନ ବାଦ୍ୟଯନ୍ତ୍ର ସାଙ୍ଗକୁ ଘୋଡ଼ା ନୃତ୍ୟ ପରିବେଷଣ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe