ଦୀପଦାନ ଓ ଭଜନରେ ଭକ୍ତ ବିଭୋର

Advertisment

ଶିବରାତ୍ରିରେ ଉତ୍ସବମୁଖର ଉତ୍ତର ଭୁବନେଶ୍ୱର

ଶିବରାତ୍ରିରେ ଉତ୍ସବମୁଖର ଉତ୍ତର ଭୁବନେଶ୍ୱର

ଦୀପଦାନ ଓ ଭଜନରେ ଭକ୍ତ ବିଭୋର

ଚନ୍ଦ୍ରଶେଖରପୁର: ସେ ଶିବ, ମହେଶ୍ୱର, ଚନ୍ଦ୍ରଶେଖର। ଆଜି ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ସମଗ୍ର ଚନ୍ଦ୍ରଶେଖରପୁର ଅଞ୍ଚଳ ପ୍ରଭୂ ଚନ୍ଦ୍ରଶେଖରଙ୍କ କରୁଣାରେ ଉଦ୍‌ଭାସିତ ଥିବା ପ୍ରତୀୟମାନ ହୋଇଥିଲା। ନୀଳାଦ୍ରିବିହାରର ଇଶାଣେଶ୍ୱର ଦେବ, ହାଉସିଂବୋର୍ଡ଼ର ପ୍ରଭୂ ଚନ୍ଦ୍ରଶେଖର, ଆଖଣ୍ଡଳେଶ୍ୱର, ଶୈଳଶ୍ରୀବିହାରର ରଙ୍ଗେଶ୍ୱର ନାଥ, ନୀଳକଣ୍ଠେଶ୍ୱର, ପଟିଆର ଚନ୍ଦ୍ରଶେଖର ମହାଦେବ ମନ୍ଦିର, ପଥରଗାଡ଼ିଆ ଗ୍ରାମର ସିଦ୍ଧେଶ୍ୱର ବାବା, ଦାରୁଠେଙ୍ଗ ଗ୍ରାମର ବାଲୁଙ୍କେଶ୍ୱର ବାବା, ଗାଡ଼କଣ ଗ୍ରାମର ଗଡ଼େଶ୍ୱର ଦେବ, ଅଳଶୁଆ ଶ୍ରୀବାଣୀ କ୍ଷେତ୍ର ମହାଦେବ ବାବା, ଡମଣା ଗ୍ରାମର କପାଳେଲୋଚନ, ବରିମୁଣ୍ଡର ଐତିହାସିକ ଲକ୍ଷେଶ୍ୱର ମନ୍ଦିର, ଢାଓ୍ଵାର ବାବା ସୋମନାଥ, କଳାରାହଙ୍ଗର ଜଳେଶ୍ୱର ମହାଦେବ, ରଙ୍ଗମାଟିଆ ଗ୍ରାମର ରଙ୍ଗନାଥ ଦେବ, କାନନବିହାର ଫେଜ୍‌-୨ର କାନନେଶ୍ୱର ଆଦି ସ୍ଥାନରେ ଥିବା ବିଭିନ୍ନ ଶୈବପୀଠ ଭକ୍ତିମୟ ପରିବେଶରେ ପୂର୍ଣ୍ଣ ହୋଇଛି। ସକାଳୁ ସକାଳୁ ଏହିସବୁ ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ଗହଳି ଲାଗିଥିଲା। ନିର୍ଦ୍ଧାରିତ ସମୟରେ ସମସ୍ତ ପୀଠରେ ମହାଦ୍ୱୀପ ଉଠିଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରୀତିନୀତିରେ ଦେବ ଦେବ ମହାଦେବଙ୍କ ଆରାଧନା ସମଗ୍ର ଉତ୍ତର ଭୁବନେଶ୍ୱର ଅଞ୍ଚଳକୁ ଶିବମୟ କରିଥିଲା। ଏହାସହିତ ସମବେତ ଭକ୍ତଙ୍କ ସାମୂହିକ ଜାଗର ଜାଳିବା ମଧ୍ୟ ପରିବେଶକୁ ମାଧୁର୍ଯ୍ୟ କରିଥିଲା। ଏହି ଅଞ୍ଚଳରେ ଆହୁରି ଅନେକ ଶିବାଳୟ ଗୁଡ଼ିକରେ ଜାଗର ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଏହି ଅବସରରେ ନୀଳାଦ୍ରିବିହାର ଯୁବ ସାଂସ୍କୃତିକ ସଂଗଠନ ପକ୍ଷରୁ ଇଶାଣେଶ୍ୱର ଦେବଙ୍କ ପୀଠରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସହାୟତା ଯୋଗାଇଦେଇଥିଲେ। ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ହାଉସିଂବୋର୍ଡ଼ର ଚନ୍ଦ୍ରଶେଖର ପୀଠରେ ମଧ୍ୟ ସାମାଜିକ ସଂଗଠନ ଲେଡ଼ି ପ୍ରୋଟେକ୍ଟ ଟିମ୍‌ (ଏଲ୍‌ପି ଟିମ୍‌) ପକ୍ଷରୁ ଭକ୍ତଙ୍କ ନିମନ୍ତେ ପଣା ବଣ୍ଟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe