ଯିଏ ବିକାଶ କରିପାରିବ, ତାକୁ ଭୋଟ୍‌ ଦେଇ ବାଛନ୍ତୁ: ଅପରାଜିତା

ଯିଏ ବିକାଶ କରିପାରିବ, ତାକୁ ଭୋଟ୍‌ ଦେଇ ବାଛନ୍ତୁ: ଅପରାଜିତା

The New Indian Express

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନ ପୂର୍ବରୁ ଭୋଟ୍‌ ନ ବିକିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହାତ ଯୋଡ଼ି ଅନୁରୋଧ କରିଛନ୍ତି। ରାଜଧାନୀରେ ଥିବା ସାଢ଼େ ଚାରି ଶହ ବସ୍ତିରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆପଣମାନେ ଭୋଟ୍‌ ବିକନ୍ତୁ ନାହିଁ। ବିକାଶ ପାଇଁ କାମ କରିବା। ଯିଏ ବିକାଶ କରିପାରିବ, ତାକୁ ଭୋଟ୍‌ ଦେଇ ବାଛନ୍ତୁ। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପ‌ରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଆମର ପ୍ରଦର୍ଶନ ବହୁତ ଖରାପ ହୋଇଛି।

ସାରା ଓଡ଼ିଶାରେ ଏମିତି ପରାଜୟ ହେବ ବୋଲି ଭାବି ନଥିଲୁ। ଏହାର ବିଭିନ୍ନ କାରଣ ରହିଛି। ପଞ୍ଚାୟତ ନିର୍ବାଚନ ଫଳର ପ୍ରଭାବ ପୌର ନିର୍ବାଚନରେ ପଡ଼ିବ ନାହିଁ। କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନ ଖୋର୍ଦ୍ଧା ମ୍ୟୁନିସିପାଲିଟି, ଜଟଣୀ ମ୍ୟୁନିସିପାଲିଟି ଓ ବିଏମ୍‌ସିରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଇଛି। ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ରହିଛି। ସମସ୍ତେ ଲଢ଼ିବାକୁ ଚାହୁଁଛନ୍ତି। ୫ଟି ପ୍ରସଙ୍ଗ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ସେଗୁଡ଼ିକ ହେଲା ଡ୍ରେନେଜ, ବସ୍ତି, ଭେଣ୍ଡିଂ ଜୋନ୍‌, ସୌନ୍ଦର୍ଯ୍ୟକରଣ ଓ ସୁରକ୍ଷା।

ପ୍ରଥମ ପ୍ରସଙ୍ଗ ହେଉଛି ‘ବସ୍ତି’। ବସ୍ତିରେ ବାସ କରୁଥିବା ଲୋକଙ୍କ ଜୀବନଧାରଣର ମାନ ଯେମିତି ହେବା କଥା ତାହା ହୋଇନାହିଁ। ୨୦ ବର୍ଷର ଶାସନ କାଳ ଭିତରେ କାହିଁକି ବସ୍ତି, ବସ୍ତି ହୋଇ ରହିଯାଇଛି? ସେମାନଙ୍କ ଜୀବନଶୈଳୀ ସ୍ଥିର ହୋଇଛି। ବସ୍ତିରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଡ୍ରେନ୍‌ ଉପରେ ଧ୍ୟାନ ଦେବାର ଥିଲା। ବସ୍ତିକୁ ସହରାଞ୍ଚଳ ସହିତ ମିଶାଇବାର ଥିଲା। ମାତ୍ର ତାହା ହୋଇପାରିନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe