ଫୁଟପାଥ୍‌ରେ ଗାଡ଼ି ପାର୍କିଂ ନେଇ ଦୁଇ ଆପାର୍ଟମେଣ୍ଟକୁ ନୋଟିସ୍‌

ଭୁବନେଶ୍ବରରେ ପ୍ରଥମ: ବାପୁଜୀନଗରରେ ଅଡ୍‌-ଇଭିନ୍‌ ପାର୍କିଂ ବ୍ୟବସ୍ଥା ଶୀଘ୍ର

Telegraph India

ଭୁବନେଶ୍ବର : ଫୁଟପାଥ୍‌ରେ ଗାଡ଼ି ପାର୍କିଂ ପାଇଁ ଚନ୍ଦ୍ରଶେଖରପୁରସ୍ଥିତ କ୍ଲବ ଟାଉନ୍‌ ଓ ରୟାଲ ଆର୍କେଡ୍‌ ଆପାର୍ଟମେଣ୍ଟକୁ ନୋଟିସ କରାଯାଇଛି। ଫୁଟପାଥ୍‌, ସାଇକେଲ୍‌ ଟ୍ରାକ୍‌ରେ ବେଆଇନ ଭାବେ କାର ଓ ଅଟୋ ପାର୍କିଂ କରୁଥିବାରୁ ଦୁଇ ଆପାର୍ଟମେଣ୍ଟର ଆବାସିକ କଲ୍ୟାଣ ସଂଘକୁ ବିଏମ୍‌ସିର ଉତ୍ତର ଜୋନ୍‌ ଡେପୁଟି କ‌ମିସନର ପ୍ରମୋଦ ପୃଷ୍ଟି ମଙ୍ଗଳବାର ନୋଟିସ୍‌ କରିଛି।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଆପାର୍ଟମେଣ୍ଟରେ ରହୁଥିବା ଲୋକେ ଓ ଏଠାକୁ ଆସୁଥିବା ଅତିଥିମାନଙ୍କ ଗାଡ଼ିଗୁଡ଼ିକ ଆପାର୍ଟମେଣ୍ଟ ପରିସରରେ ପାର୍କିଂ କରା ନ ଯାଇ ବେଆଇନ ଭାବେ ଫୁଟପାଥ୍‌ ଉପରେ ପାର୍କିଂ କରାଯାଉଛି। ଏହାଦ୍ବାରା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଫୁଟପାଥ୍‌ରେ ଯିବା ଆସିବା କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆବାସିକ ସଂଘ ସମସ୍ତ ଗାଡ଼ିକୁ ଆପାର୍ଟମେଣ୍ଟ ପରିସରରେ ପାର୍କିଂ କରିବାର ବ୍ୟବସ୍ଥା କରନ୍ତୁ। ନଚେତ୍‌ ବେଆଇନ ପାର୍କିଂ ହେଉଥିବା ଗାଡ଼ିଗୁଡ଼ିକୁ ଜବତ କରି ନିଲାମ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe