ଉତ୍କଳ କନିକା ଗ୍ୟାଲେରିଆରେ ‘ନାଓ ଗ୍ରୋସରି ପ୍ରିମିୟମ୍‌’

Advertisment
ଉତ୍କଳ କନିକା ଗ୍ୟାଲେରିଆରେ ‘ନାଓ ଗ୍ରୋସରି ପ୍ରିମିୟମ୍‌’

ଭୁବନେଶ୍ୱର: ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ଥାନୀୟ କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଖୋଲିଛି ‘ନାଓ ଗ୍ରୋସରି ପ୍ରିମିୟମ୍‌’। ଗାଉଣ୍ଡ୍ ଫ୍ଲୋରରେ ଥିବା ଏହି ନୂଆ ଷ୍ଟୋରଟି ଭୁବନେଶ୍ୱରରେ ପ୍ରଥମ। ଏଠାରେ ଗ୍ରାହକଙ୍କ ଲାଗି ଗୋଟିଏ ଛାତ ତଳେ ଗ୍ରୋସରି ସହ ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେଉଛି। ଓଲିଉଡ ଅଭିନେତ୍ରୀ ଶୀତଲ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂଆ ଆଉଟଲେଟକୁ ଉଦ୍‌ଘାଟନ କରିଥିଲେ। ଷ୍ଟୋରର ସ୍ୱତ୍ୱାଧିକାରୀ ଅଦିତ ହଂସ କହିଛନ୍ତି, ଲୋକଙ୍କୁ ଅତି ଆବଶ୍ୟକ ସାମଗ୍ରୀ ସହ ଗ୍ରୋସରି ଗୋଟିଏ ଛାତ ତଳେ ଯୋଗାଇବା ଲକ୍ଷ୍ୟ ଥିଲା।

ନୂଆ ଷ୍ଟୋର ଦ୍ୱାରା ଲୋକଙ୍କ ସମସ୍ୟା ଦୂର ହୋଇ ପାରିବ। ଆଗାମୀ ଦିନରେ ଅନ୍ୟ ସ୍ଥାନରେ ନୂଆ ଷ୍ଟୋର ଖୋଲିବାକୁ ଯୋଜନା ରଖାଯାଇଛି। ଏହି ଷ୍ଟୋରରେ ବିଭିନ୍ନ ନାମୀଦାମୀ କମ୍ପାନିର ଗ୍ରୋସରି ସାମଗ୍ରୀ, ପ୍ରସାଧନ ସାମଗ୍ରୀ, ବେକରି, ଦୁଗ୍ଧଜାତ ଦ୍ରବ୍ୟ, ମୃଦ୍ୟପାନୀୟ, ସ୍ନାକ୍ସ, ପ୍ୟାକେଟ ଯୁକ୍ତ ଖାଦ୍ୟ ଭଳି ଅନ୍ୟ ପ୍ରମୁଖ ବର୍ଗର ଉତ୍ପାଦ ଲୋକମାନେ ପାଇପାରିବେ। ଷ୍ଟୋରରୁ କ୍ରୟ ଉପରେ ପ୍ରଥମ ୧୦୦ ଗ୍ରାହକଙ୍କ ପାଇଁ ଉପହାର ପ୍ରଦାନ ବ୍ୟବସ୍ଥା ରହିଛି। ଏହା ଆସନ୍ତା ଏପ୍ରିଲ ୩ ଯାଏ ଚାଲିବ। କାର୍ଯ୍ୟକ୍ରମରେ ହିନ୍ଦୁସ୍ଥାନ ଏଜେନ୍ସିର ପପୁ ହଂସ, ଉତ୍କଳ ବିଲ୍ଡର୍ସର ଏମ୍‌ଡି ଶରଦ ବୈଦ, ଅମିତ ବୈଦ, ଯୁବ ଉଦ୍ୟୋଗୀ ମାନିକ୍ ହଂସ ଓ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ସଦସ୍ୟ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe