ରାଧାକୃଷ୍ଣଙ୍କ ପ୍ରେମ ରାସରେ ଭିଜିଲେ ଦର୍ଶକ

Advertisment

ନୃତ୍ୟଧାମ ପ୍ରାଚୀନ ନୃତ୍ୟପର୍ବ ଉଦ୍‌ଘାଟିତ

ନୃତ୍ୟଧାମ ପ୍ରାଚୀନ ନୃତ୍ୟପର୍ବ ଉଦ୍‌ଘାଟିତ

ରାଧାକୃଷ୍ଣଙ୍କ ପ୍ରେମ ରାସରେ ଭିଜିଲେ ଦର୍ଶକ

ଦୀପ୍ତି ମିଶ୍ରଙ୍କୁ ନୃତ୍ୟଧାମ ସମ୍ମାନ

ଭୁବନେଶ୍ୱର : ନୃତ୍ୟଧାମ ଅନୁଷ୍ଠାନ ପକ୍ଷରୁ ଦୁଇଦିନିଆ ନୃତ୍ୟଧାମ ପ୍ରାଚୀନ ନୃତ୍ୟପର୍ବ ଆଜିଠାରୁ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ପ୍ରଥମ ସନ୍ଧ୍ୟାରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶୁଭଶ୍ରୀ ପଟ୍ଟନାୟକ ଦର୍ଶକମାନଙ୍କ ମନ ମୋହିଥିଲେ।

ଶ୍ରୀମତୀ ପଟ୍ଟନାୟକ ରାଧାକୃଷ୍ଣଙ୍କ ଶୃଙ୍ଗାର ପ୍ରେମ ରସ ଉପରେ ପର୍ଯ୍ୟବସିତ ‘ଶ୍ରୀମତୀ - ଶ୍ରୀପତି’ ପରିବେଷଣ କରି ଦର୍ଶକଙ୍କୁ ରାଧାକୃଷ୍ଣଙ୍କ ପ୍ରେମ ରାସରେ ଭିଜାଇଥିଲେ। ଏହି ଅବସରରେ ଓଡ଼ିଶୀ ନୃତ୍ୟାଙ୍ଗନା ଦୀପ୍ତି ମିଶ୍ରଙ୍କୁ ନୃତ୍ୟଧାମ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଏଥିସହିତ ଶ୍ରୀକାକୁଳମର ରାମ କୌଣ୍ଡିନ୍ୟ କୁଚୁପୁଡ଼ି, କଲିକତାର ଅଭିଶକ୍ତା ମୈତ୍ରୀଙ୍କ କଥକଲି ନୃତ୍ୟ, ରାଜୀବ ଘୋଷଙ୍କ କଥକ ନୃତ୍ୟ, ଅତନୁ ଦାସଙ୍କ ଭାରତନାଟ୍ୟମ୍‌, ଅଭିଜିତ କୁଣ୍ଡୁଙ୍କ ଭାରତନାଟ୍ୟମ୍‌, ଜାମ୍‌ସେଦପୁରର ତରିତ୍‌ ସରକାରଙ୍କ କଥକ ନୃତ୍ୟ ଦେଖିବାକୁ ମିଳିଥିଲା।

ଆଜିର ସନ୍ଧ୍ୟାରେ ଅତିଥି ଭାବେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ଗୁରୁ ରାମହରି ଦାସ, ଦୁର୍ଗାଚରଣ ରଣବୀର ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ଜଗନ୍ନାଥ କୁଅଁର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe