ରାଜଧାନୀରେ ଏନ୍‌ଏସ୍‌ଜି କମାଣ୍ଡୋ

ରାଜଧାନୀରେ ଏନ୍‌ଏସ୍‌ଜି କମାଣ୍ଡୋ

ଭୁବନେଶ୍ୱର: ରାଜଧାନୀରେ ଆସି ପହଞ୍ଚିଛନ୍ତି ଗୋଟିଏ ପ୍ଲାଟୁନ୍‌ ଏନ୍‌ଏସ୍‌ଜି କମାଣ୍ଡୋ। ଏହା ସେମାନଙ୍କର ରୀତିମତ ଗସ୍ତ ବୋଲି କହିଛନ୍ତି ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ। ସେମାନେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବେ। ଏହି ସମୟରେ ଏନ୍‌ଏସ୍‌ଜି ଯବାନମାନେ ଚନ୍ଦକା ଜଙ୍ଗଲରେ ଏକ ସର୍ଚ ଅପରେସନ୍‌ କରିବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଲୟର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଜଣାପଡ଼ିଛି। ତେବେ ଏହା ଏକ ଗୁଇନ୍ଦା କାର୍ଯ୍ୟ ହୋଇଥିବାରୁ ଏନେଇ ଅଧିକ କିଛି ତଥ୍ୟ ଦେଇ ହେବ ନାହିଁ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏନ୍‌ଏସ୍‌ଜି ଯବାନମାନେ ରାଜଧାନୀରେ ପହଞ୍ଚିଛନ୍ତି। ବେଶ କିଛି ଦିନ ସେମାନେ ଓଡ଼ିଶାରେ ରହିବେ। ଯେହେତୁ ରାଜଧାନୀରେ ଚନ୍ଦକା ଜଙ୍ଗଲ ରହିଛି ତେଣୁ ଏଠାରେ ଏକ ସର୍ଚ୍ଚ ଅପରେସନ୍‌ କରିବେ। ଯାହାକି ଆଗାମୀ ଦିନରେ ଯଦି କୌଣସି ମାଓବାଦୀ ଅଘଟଣ ଘଟେ ସେ ସମୟରେ ସେମାନଙ୍କୁ ସହଯୋଗ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe