ନୂଅାଁଖାଇ ଭେଟଘାଟ

Advertisment
ନୂଅାଁଖାଇ ଭେଟଘାଟ

ଭୁବନେଶ୍ୱର: ଗଙ୍ଗାଧର ମେହେର ପ୍ରତିଷ୍ଠାନ ଏବଂ ଇନ୍‌ଟାକ୍‌ ତରଫରୁ ବୁଦ୍ଧ ମନ୍ଦିରରେ ‘ନୂଅାଁଖାଇ ଭେଟ୍‌ଘାଟ୍‌’ ଅନୁଷ୍ଠିତ ହୋଇଛି। ମା’ ସମଲେଇଙ୍କ ପୂଜାର୍ଚ୍ଚନା ପରେ ରଙ୍ଗବତୀ କନକ ଲତା, କଳାକାହ୍ନ ହେ ନାଇଶୁଣ ଗୁହାରୀ, ଡାଲଖାଇ ଓ ରସରକେଲି ଗୋ.. ସଙ୍ଗୀତ ପରିବେଷିତ ହୋଇଥିଲା। ନୃତ୍ୟ ଓ ଗୀତକୁ ବଲାଙ୍ଗୀରର ଢୋଲମହୁରୀ ଅନୁଷ୍ଠାନର ଶିଳ୍ପୀମାନେ ପରିବେଷଣ କରିଥିଲେ। ଅବସରପ୍ରାପ୍ତ ପ୍ରଶାସକ ସଞ୍ଜୀବ ହୋତା, ପୂର୍ବତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ ଓ ଏସ୍‌ ଏନ୍‌ ତିଓ୍ଵାରୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ନରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର ମେହେର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିବା ବେଳେ ଉତ୍କଳ ସମ୍ମିଳନୀର ଦିଲ୍ଲୀପ ଦାଶଶର୍ମା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe