ରାଜଧାନୀଥି ନୂଆଁଖାଇର ଧୁମ୍‌...

Advertisment
ରାଜଧାନୀଥି ନୂଆଁଖାଇର ଧୁମ୍‌...

ଭୁବନେଶ୍ୱର : ମାଦଳରେ ଦୁଲୁକୁଥିଲା ପ୍ରେକ୍ଷାଳୟ। ଧୁମଧଡ଼ାକା ସମ୍ବଲପୁରୀ ଗୀତରେ ଗୋଡ଼ ହାତ ବୋଲ ମାନୁନଥିଲା। ‘ରାଜଧାନୀଥି ନୂଆଁଖାଇ’  ଆସର ଦର୍ଶକଙ୍କୁ ମନୋରଂଜନର ଖୁବ୍‌ ଖୋରାକ ଯୋଗାଇଥିଲା। ‘ସୁର ଭାଇବ୍ରେସନ୍‌’ ଏବଂ  ‘ରୁମ୍‌କୁଝୁମାନା’ର ମିଳିତ ଉଦ୍ୟମରେ ଆୟୋଜିତ ଏହି ନୂଆଁଖାଇ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଛାପ ବେଶ୍‌ ଉପଭୋଗ୍ୟ ହୋଇଥିଲା।

‘ପୂରବ ପଶ୍ଚିମ ଉତ୍ତର ଦକ୍ଷିଣ ଅମେ ସବୁ ଭାଇ ଭାଇ..ଗୀତଠୁ ନେଇ ‘ମା ଗୋ ମା ସମଲେଇ.., ଲେଲେଲେ ବଉଲ୍‌..., ରାଜଧାନୀଥି ନୂଆଁଖାଇ ମନାମା..ଭଳି ମିଠା ଗୀତ ସାଙ୍ଗକୁ ସମ୍ବଲପୁରୀ ନୃତ୍ୟର ଝଲକ ଦେଖିବାକୁ ମିଳିଥିଲା। ଡ.ଜୟଶ୍ରୀ ଧଳ ଏବଂ ଶାଶ୍ୱତ କୁମାର ତ୍ରିପାଠୀଙ୍କ କଣ୍ଠରେ ବହୁ ଲୋକପ୍ରିୟ ସଂଗୀତ ଶୁଣିବାକୁ ମିଳିଥିଲା। ପଦ୍ମିନୀ ଦୋରା, ଶ୍ରୀଜା ପଣ୍ଡା, ରୁଦ୍ର ମହାନ୍ତି ଏବଂ ପ୍ରିନ୍ସ ସୁର ଭାଇବ୍ରେସନ୍‌ ପକ୍ଷରୁ ଏକ ଫ୍ୟୁଜନ  ମଧ୍ୟ ଉଚ୍ଚକୋଟୀର ଥିଲା। ଏହି ଅବସରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଅରୁଣ ସାହୁ, ଆୟକର ବିଭାଗର ସଚିବ ଶରତ ଦାସ, ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଏନ୍‌ଆଇସିର ନିର୍ଦେଶକ ଆର୍‌ଏନ୍‌ ବେହେରା, ଅଭିନେତା କୁନା ତ୍ରିପାଠୀ, ସୁନୀଲ ମୁରାକାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁଶୀଲ କୁମାର ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ପଦ୍ମିନୀ ପାଣିଗ୍ରାହୀ, ପଦ୍ମିନୀ ଦୋରା, ସୁଲତା ଦେଓ, ଛନ୍ଦା ମିଶ୍ର, ଡ.କେସି ପାଲ୍‌, ସ୍ମିତା ରଥ, ଦିବ୍ୟଶଙ୍କର ରାଉତ ଓ ପୁରୁଷୋତ୍ତମ ମିଶ୍ରଙ୍କୁ ଶରତ ସମ୍ମାନ ୨୦୧୭ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ସୂଚୀସ୍ମିତା ପୃୃଷ୍ଟି, ଶୁଭେନ୍ଦୁ ଦାସ, ସୁନୀଲ୍‌ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଡ.ଶ୍ରୀନିବାସ ଘଟୁଆରୀ  ଓ ମୀନାକ୍ଷି ଧର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe