ସଂଭାବନା ଓଡ଼ିଆଣୀ ସମିତିର ‘ନୂଆଁଖାଇ ଉତ୍ସବ’

Advertisment
ସଂଭାବନା ଓଡ଼ିଆଣୀ ସମିତିର ‘ନୂଆଁଖାଇ ଉତ୍ସବ’

ଭୁବନେଶ୍ୱର: ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ପ୍ରଥମ ଥର ପାଇଁ ନୂଆଁଖାଇ ଉତ୍ସବ ଆୟୋଜିତ ହୋଇଯାଇଛି। ଏକାମ୍ର ହାଟର ହୋଟେଲ ସୌକିନ୍ ଠାରେ ନୂଆଁଖାଇ ସଂଧ୍ୟାରେ ଆୟୋଜିତ ଏହି ଉତ୍ସବରେ ସମବେତ ଓଡ଼ିଆଣୀମାନେ ମା’ସମଲେଇଙ୍କ ଫଟୋକୁ ବନ୍ଦାପନା କରିବା ପରେ ବିଭିନ୍ନ ପିଠା ଓ ନୂଆ ଚୁଡ଼ାରେ ତିଆରି ଚୁଡ଼ାଘଷା ଭୋଗ କରିଥିଲେ।

ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା, ଟ୍ରଷ୍ଟି ସ୍ମୃତି ମହାନ୍ତି, ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ, ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ରଶ୍ମି ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଂଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ରେଖା ସାହୁ, ସୌଦାମିନୀ ମହାନ୍ତି, ସଂଧ୍ୟାରାଣୀ ରଥ, ପଦ୍ମାଳୟା ଶତପଥୀ, ଜ୍ୟୋତ୍ସ୍ନା ମିଶ୍ର, ରତ୍ନମଞ୍ଜରୀ ସାମନ୍ତରାୟ, ବେବୀରାଣୀ ସାହୁ, ରୀତାରାଣୀ କୁଣ୍ଡୁ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ପାର୍ବତୀ ମହାନ୍ତି, ବିଜୟଲକ୍ଷ୍ମୀ ପତି, ମାନସୀ ରାଉତରାୟ, ଅରୁନ୍ଧତୀ ମିଶ୍ର, ମଧୁସ୍ମିତା ଶା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe