ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଁଖାଇ

ଉତ୍କଳ ସମ୍ମିଳନୀ ପକ୍ଷରୁ ନୂଆଁଖାଇ

ଭୁବନେଶ୍ବର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆଜି ନୂଆଁଖାଇ ପର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଛତିଶଗଡ଼ରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ଦେବା ପାଇଁ ସରକାରୀସ୍ତରରେ ଉଦ୍ୟମ ଚାଲିଛି। ବିଭୂତି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବିଚିତ୍ର ବଡ଼ଜେନା ସଭା ପରିଚାଳନା କରିଥିଲେ।

ସମ୍ମିଳନୀର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ନୂଆଁଖାଇ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ସମ୍ମିଳନୀର ଉପଦେଷ୍ଟା ପଦ୍ମଚରଣ ନାୟକ, ଦ୍ୱାରିକାନାଥ ମହାନ୍ତି ଓ ଅନନ୍ତ ଜେନା, ଉପସଭାପତି ସୁରେନ୍ଦ୍ର ମିଶ୍ର, ବିଚିତ୍ରାନନ୍ଦ ସାହୁ, ରବି ରଞ୍ଜନ ସାହୁ, କୋଷାଧ୍ୟକ୍ଷା ସୌଦାମିନୀ ସାମନ୍ତରାୟ, ଶାଖା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ସୁବ୍ରତ ମହାପାତ୍ର, ବାସନ୍ତୀ ତ୍ରିପାଠୀ, ଦୀପ୍ତିମୟୀ ନାୟକ, ରାମ ଶଙ୍କର, ଭୀମ ପ୍ରଧାନ, ବିଜୟ ପରିଡ଼ା ଓ ଅଶୋକ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସଂପାଦିକା ବାସନ୍ତୀ ସିଂ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe