ସ୍ମାର୍ଟ କିଓସ୍କରେ ନଗ୍ନ ଚିତ୍ର : ପର୍ନ ସାଇଟ୍‌ ଚାଲିବା ପରେ ହଙ୍ଗାମା

Advertisment

ସମସ୍ତ ପର୍ନ ସାଇଟ୍‌ ବ୍ଲକ୍‌ ହୋଇଛି: ବିଏସ୍‌ସିଏଲ୍‌

ସମସ୍ତ ପର୍ନ ସାଇଟ୍‌ ବ୍ଲକ୍‌ ହୋଇଛି: ବିଏସ୍‌ସିଏଲ୍‌

ସ୍ମାର୍ଟ କିଓସ୍କରେ ନଗ୍ନ ଚିତ୍ର : ପର୍ନ ସାଇଟ୍‌ ଚାଲିବା ପରେ ହଙ୍ଗାମା

ଭୁବନେଶ୍ବର : ଜନସାଧାରଣଙ୍କୁ ହାତ ପାଆନ୍ତାରେ ସେବା ଯୋଗାଇ ଦେବାପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ସ୍ମାର୍ଟ କିଓସ୍କ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗତ ରାତିରେ ଏଥିରେ କେହି ଜଣେ ପର୍ନ ସାଇଟ୍‌ ଖୋଲି ଦେଇ ଚାଲିଯିବା ପରେ ହଙ୍ଗାମା ହୋଇଛି। ରାଜମହଲ ଛକରେ ମୋ ବସ୍‌ ଷ୍ଟାଣ୍ଡ‌ କଡ଼ରେ ଥିବା ଏହି କିଓସ୍କରେ ଦୀର୍ଘ ୧୫ ମିନିଟ୍‌ କାଳ ନଗ୍ନ ଚିତ୍ର ଦେଖାଯିବା ପରେ ସେଠାରେ ଥିବା ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରିଥିଲେ। ତେବେ ବହୁ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଏ ଲଗାଇଥିଲା? ପର୍ନ ସାଇଟ୍‌ କିଭଳି ଏଥିରେ ଖୋଲି ପାରୁଛି? କର୍ତ୍ତୃପକ୍ଷ ଏ ସବୁକୁ କାହିଁକି ବ୍ଲକ୍‌ କରିନାହାନ୍ତି? ସର୍ବସାଧାରଣ ସ୍ଥାନରେ କର୍ତ୍ତୃପକ୍ଷ କିଭଳି ଏଭଳି ସୁଯୋଗ ଦେଇଛନ୍ତି ସେ‌ ନେଇ ଅନେକ ପ୍ରଶ୍ନ କରିବା ସହ ବିଏସ୍‌ସିଏଲ୍‌କୁ ଦାୟୀ କହିଛନ୍ତି। ତେବେ ଏ ସବୁ ସାଇଟ୍‌କୁ ବ୍ଲକ୍‌ କରାଯାଇଥିବା ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି।

ଫୋନ୍‌ କଲ୍‌ ଠାରୁ ଆରମ୍ଭ କରି ପ୍ରମାଣପତ୍ର, ହୋଲ୍ଡିଂ ଟ୍ୟାକ୍ସ ପ୍ରଦାନ ସହ ଯେ କୌଣସି ଆବେଦନର ସ୍ଥିତି ଜାଣିବା ପାଇଁ ସହରର ପ୍ରମୁଖ ସ୍ଥାନମାନଙ୍କରେ ବିଏସ୍‌ସିଏଲ୍‌(ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) ଇନ୍‌ଡୋର୍‌ରେ ୫୦ ଓ ଆଉଟ୍‌ଡୋର୍‌ ୨୫ ଏଭଳି ୭୫ଟି ସ୍ମାର୍ଟ କିଓସ୍କ ସ୍ଥାପନ କରିଥିଲା। ୨୦୨୦ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବାକୁ ସ୍ଥିର କରା ଯାଇଥିଲେ ମଧ୍ୟ ଦେଢ଼ ବର୍ଷ ଧରି ଏହା ଖତ ଖାଉଥିଲା। ଗତ ବର୍ଷ ସେପ୍ଟେମ୍ବର ମାସରେ ୭୫ରୁ ୬୨ଟି କାର୍ଯ୍ୟକ୍ଷମ ହୋଇଥିଲା। ହେଲେ ଏଥିରେ ଶତପ୍ରତିଶତ ସେବା ଉପଲବ୍ଧ ହୋଇ ପାରିନଥିଲା। ଫଳରେ ଏହା ଅପବ୍ୟବହାର ହୋଇଥିଲା। ଉଚ୍ଚଶକ୍ତି ସମ୍ପନ୍ନ ଇଣ୍ଟରନେଟ୍‌ ସଂଯୋଗ ଥିବା ଏହି ବ୍ୟବସ୍ଥାରେ ଯୁବକଙ୍କ ସହ କିଶୋରମାନେ ପର୍ନ ସାଇଟ୍‌ ଖୋଲିବା ଆରମ୍ଭ କରିଥିଲେ। ବିଶେଷ କରି ରାତିରେ ଏହି କାରବାର ହେଉଥିଲା। କେତେକ ଛୋଟ ଛୋଟ ପିଲା ମଧ୍ୟ ୟୁ ଟ୍ୟୁବ୍‌ରେ ଫିଲ୍ମ, ଗୀତ ଓ କାର୍ଟୁନ୍‌ ଦେଖୁଥିବା ନଜରକୁ ଆସିଥିଲା। ଗତକାଲି ମଧ୍ୟ ରାଜମହଲ ଛକରେ ଥିବା କିଓସ୍କରେ କେହି ଏଭଳି ପର୍ନ ସାଇଟ୍‌ ଖୋଲି ଚାଲି ଯାଇଥିଲା। ରାତି ପ୍ରାୟ ସାଢ଼େ ୯ଟା ବେଳେ ଏଥିରେ ନଗ୍ନ ଚିତ୍ର ଦେଖି ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏ ନେଇ ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଛି କି, ପୂର୍ବରୁ ଅଭିଯୋଗ ଆସିଥିବାରୁ ବିଭିନ୍ନ ପର୍ନ ସାଇଟ୍‌ ବ୍ଲକ୍ କରାଯାଇଥିଲା। କିନ୍ତୁ ଏଠାରେ କିଭଳି ଆସିଲା ତାହାର ତଦନ୍ତ କରାଯିବ। କେହି ହ୍ୟାକ୍‌ କରି ଏଭଳି କରିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଙ୍କୁ ଖୋଜା ଯିବ ବୋଲି କହିଛନ୍ତି। ମହତ୍‌ ଉଦ୍ଦେଶ୍ୟ ନେଇ ଏଭଳି ଏକ ସ୍ମାର୍ଟ ବ୍ୟବସ୍ଥା ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe