ରାଜଧାନୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ ହଜାର ଟପିଲା

Advertisment

ଦିନକରେ ୪୮୩ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ପାର୍

ଦିନକରେ ୪୮୩ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ପାର୍

କଟକରେ ୪ ବ୍ରିଟେନ୍‌ ଫେରନ୍ତାଙ୍କ କରାଗଲା କୋଭିଡ଼ ପରୀକ୍ଷା

New Indian Express ( Representational)

ଭୁବନେଶ୍ୱର : ଚଳିତ ମାସ ୧୫ ତାରିଖ ସୁଦ୍ଧା ରାଜଧାନୀରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫ ହଜାର ଟପିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଥିଲା। ହେଲେ ଏହାର ଯଥେଷ୍ଟ ପୂର୍ବରୁ ଭୁବନେଶ୍ବର‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫ ହଜାର ପାର୍ ହୋଇଛି। ରାଜଧାନୀରେ ପ୍ରତ୍ୟେକ ଦିନ ଯେଉଁଭଳି ଭ‌ାବେ ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳୁଛି, ଏହା ସରକାରୀ ଆକଳନକୁ ମଧ୍ୟ ପଛରେ ପକାଇ ଦେଇଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୪୮୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୦୫ ସଙ୍ଗ‌େରୋଧରୁ ଓ ୨୭୮ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ସଙ୍ଗରୋଧରୁ ପଣ୍ଡାକୁଦିଆ, ନୀଳକଣ୍ଠେଶ୍ବର, ପାଣିଟାଙ୍କି, ପଣ୍ଡା ପାର୍କ, ରାଜକୁମାର, ୟୁନିଟ୍‌-୯ ବସ୍ତିରୁ ପୁଳା ପୁଳା ଆକ୍ରାନ୍ତ ବାହାରୁଛନ୍ତି।

ଏହାବାଦ୍ ଲକ୍ଷ୍ମୀସାଗର, ବଡ଼ଗଡ଼, ଝାରପଡ଼ା, ପଟିଆ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଆଇଆରସି ଭିଲେଜ୍ ଓ ଅନ୍ୟ ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଦିନ ରାଜଧାନୀର ଏକାଧିକ ଘରୋଇ ହସ୍ପିଟାଲରୁ ମଧ୍ୟ ବହୁ ସଂଖ୍ୟାରେ ଆକ୍ରାନ୍ତ ହେଉଥିବା ନଜରକୁ ଆସୁଛି। ସେହିପରି ଲୋକାଲ କଣ୍ଟାକ୍ଟସ୍‌ରେ ତପୋବନ, ସାଲିଆସାହି, ମହାବୀର, ସୁଧାନିଦ୍ଧେଶ୍ବର, ହରେକୃଷ୍ଣ ବସ୍ତିକୁ ବାଦ୍ ଦେଲେ ପଳାସପଲ୍ଲୀ, ପଟିଆ, ଡୁମୁଡୁମା, ବଡ଼ଗଡ଼, ଲକ୍ଷ୍ମୀସାଗର, ଖଣ୍ଡଗିରି, ଜାଗମରା, ସହିଦ ନଗର ଓ ଅନ୍ୟ ଅଞ୍ଚଳରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୯୫ରେ ପହଞ୍ଚିଛି। ତହିଁରୁ ୮୨୨୧ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଏବେ ୫୦୧୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୪୮ଜଣଙ୍କ କରେନାରେ ମୃତ୍ୟୁ ହୋଇସାରିଛି। ରାଜଧାନୀରେ ସୁସ୍ଥ ହାର ମାତ୍ର ୬୧ପ୍ରତିଶତ ରହିଛି, ଯାହାକି ରାଜ୍ୟର ସୁସ୍ଥ ହାର ତୁଳନାରେ ଯଥେଷ୍ଟ କମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe