‘ଗଣତନ୍ତ୍ର ଓ ରାଜନୀତି ଉଭୟରେ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ’

Advertisment

ଦିଶା ଦର୍ଶନ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ ଓ ‘ମୋବାଇଲ ନ୍ୟୁମରୋଲୋଜି’ ଶୀର୍ଷକର ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ମେ ଫେୟାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ସମ୍ୱାଦ’ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ....

ଦିଶା ଦର୍ଶନ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ ଓ ‘ମୋବାଇଲ ନ୍ୟୁମରୋଲୋଜି’ ଶୀର୍ଷକର ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ମେ ଫେୟାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ସମ୍ୱାଦ’ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ....

adaadwww

ଭୁବନେଶ୍ୱର: ଦିଶା ଦର୍ଶନ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ ଓ ‘ମୋବାଇଲ ନ୍ୟୁମରୋଲୋଜି’ ଶୀର୍ଷକର ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ମେ ଫେୟାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ‘ସମ୍ୱାଦ’ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ପାରିପାର୍ଶ୍ୱିକ ଅବସ୍ଥାକୁ ନଦେଖି ଠିକ ଗଣନା କରି ମନ୍ତବ୍ୟ ଦେବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ଓ ରାଜନୀତି ଉଭୟରେ ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସଂଖ୍ୟା ଗଣନାକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଆମ ସଭ୍ୟତାରେ ରହିଆସିଛି। ହେଲେ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆମେ ଯେଉଁ ତର୍ଜମା କରନ୍ତି ତାହା ଏକ ଭିନ୍ନ ବିଦ୍ୟା। ଏହି ବିଦ୍ୟାକୁ ମୋବାଇଲ ଜରିଆରେ ସମସ୍ତଙ୍କ ପାଖରେ ଉପଲବ୍‌ଧ କରାଉଥିବା ‘ଦିଶା ଦର୍ଶନ ଫାଉଣ୍ଡେସନ’ର ଉଦ୍ୟମ ପ୍ରଂଶସନୀୟ। 

ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ଅର୍କ ପ୍ରତାପ ମହାନ୍ତି ଅଙ୍କ ଶାସ୍ତ୍ର ବା ଅଙ୍କ ବିଜ୍ଞାନର ଗୁରୁତ୍ବ ବୁଝାଇଥିଲେ। ସେ କହିଥିଲେ, ଏହା ହେଉଛି ଜ୍ଞାନର ଏକ ଶାଖା ଯାହା ମାନବ ଜୀବନରେ ସଂଖ୍ୟାର ଗୁରୁତ୍ୱ ବିଷୟରେ ଆଲୋଚନା କରେ। ମୋବାଇଲ୍‌ ନମ୍ବର ବି ମନୁଷ୍ୟର ଭାଗ୍ୟକୁ ପ୍ରଭାବିତ କରେ। ମୋବାଇଲ ନମ୍ବର ଯଦି ଭାଗ୍ୟଶାଳୀ ହୋଇଥାଏ ତେବେ ଉନ୍ନତ ଜୀବନଶୈଳୀ, ସୁଖୀ ବୈବାହିକ ଜୀବନ, ସୁଖ ସ୍ବାଚ୍ଛନ୍ଦ୍ୟ ଜୀବନରେ ଭରି ଯାଏ। ତେଣୁ ଏହାକୁ ଚୟନ କଲାବେଳେ ସତର୍କତା ଅବଲମ୍ୱନ କରିବାକୁ ହେବ। ଏଥିରେ ବିଭିନ୍ନ କ୍ଷେତ୍ରରୁ ପ୍ରାୟ ୩୦ ଜଣ ଯୋଗ ଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ରଶ୍ମି ରଞ୍ଜନ ପ୍ରଧାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe