ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ନୂପୁର’ ପକ୍ଷରୁ ‘ମହ୍ଲାର-୨୦୧୮’ କାର୍ଯ୍ୟକ୍ରମ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂଗୀତାଞ୍ଜଳି ନନ୍ଦଙ୍କ ଓଡ଼ିଶୀ ରାଗାଙ୍ଗରେ ପ୍ରସ୍ତୁତ ହୋଇଥିଲା ‘ରାଗମେଘ’। ପରେ ପରେ ନୃତ୍ୟାଙ୍ଗନା ମମତା ଶତପଥୀ ଏକକ ଓଡ଼ିଶୀ ନୃତ୍ୟ ‘ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ’ ପରିବେଷଣ କରିଥିଲେ। ବିଦଗ୍ଧ ଚିନ୍ତାମଣି କାବ୍ୟ ଆଧାରିତ ଯଶୋଦା ବିଳାପରେ ଏହି ନୃତ୍ୟ ପରିବେଷିତ ହୋଇଥିଲା। ପରେ ପରେ ରିଙ୍କୁ ଓ ବିଶ୍ୱରୂପା ଦୀକ୍ଷିତ ହରି ଓମ୍ ଓ ଛନ୍ଦ ପ୍ରକାଶ ପଲ୍ଲବୀ ନୃତ୍ୟରେ ଶୁଦ୍ଧନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଶିବାକ୍ଷ ଫାଉଣ୍ଡେସନ୍ର କଳାକାରମାନଙ୍କ ଦ୍ୱାରା ‘କାଳୀ ତାଣ୍ଡବ ସ୍ତୋତ୍ର’ ନୃତ୍ୟାଭିନୟ ପରିବେଷିତ ହୋଇଥିଲା। ଏହି ଅବସରରେ ଅତିଥି ଭାବେ ଗୁରୁ ରାମହରି ଦାସ, ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, କଳିଙ୍ଗ ଟିଭିର ନିର୍ଦେଶକ ଗୁରୁ ନିରଂଜନ ରାଉତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅନୁଷ୍ଠାନ ତରଫରୁ ଓଡ଼ିଶୀ ନୃତ୍ୟ ପାଇଁ ମିଥିଲେଶ୍ ପଟ୍ଟନାୟକ, ଅଭିନୟ ପାଇଁ ବିଜୟଲକ୍ଷ୍ମୀ ରାଉତରାୟ ଓ ଶୀତଲ ପଟ୍ଟନାୟକଙ୍କୁ ଗୁରୁ ନିରଞ୍ଜନ ରାଉତ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସୁଜାତା ମହାପାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us