ଓକାକ୍‌ କର୍ମଚାରୀ ନିଖୋଜ, ୩ ଦିନ ହେଲା ପତ୍ତା ମିଳୁନି

Advertisment
ଓକାକ୍‌ କର୍ମଚାରୀ ନିଖୋଜ, ୩ ଦିନ ହେଲା ପତ୍ତା ମିଳୁନି

ଭୁବନେଶ୍ୱର : ଗତ ୩ ଦିନ ହେଲା ଓକାକ୍‌ କର୍ମଚାରୀ ସ୍ୱାଧୀନ ବେହେରା ନିଖୋଜ ଅଛନ୍ତି। ଆଚାର୍ଯ୍ୟବିହାରସ୍ଥିତ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ବାଟରୁ ସେ ନିଖୋଜ ହୋଇଥିବା ଜଣାପଡ଼ିଛି। ଏ ନେଇ ସ୍ବାଧୀନଙ୍କ ମା’ ସୁଷମା ବେହେରା ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ନି‌ଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସ୍ୱାଧୀନ ସାଙ୍ଗମାନଙ୍କ ସହ ଜାଗମରାରେ ଭଡ଼ାରେ ରହୁଥିଲେ। ଓକାକ୍‌ର ‘ମୋ ସରକାର’ ଅଫିସ୍‌ରେ କାମ କରନ୍ତି। ଗତ ଶନିବାର ସେ ଅଫିସ୍‌ ଯାଇଥିଲେ। ରାତି ପ୍ରାୟ ୭ଟା ୫୫ରେ ସେ ସାଇକେଲ୍‌ରେ ଭଡ଼ା ଘରକୁ ଫେରିଥିଲେ। ମାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ସାଙ୍ଗମାନେ ତାଙ୍କୁ ଫୋନ୍‌ କରିଥିଲେ। ତାଙ୍କ ଫୋନ୍‌ ବନ୍ଦ ଥିବାରୁ ସେମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ସ୍ବାଧୀନ ଘରକୁ ବି ଯାଇନଥିଲେ। ପରିବାର ଲୋକେ ସମସ୍ତ ସମ୍ଭାବ୍ୟ ସ୍ଥାନ ଖୋଜାଖୋଜି କରିସାରିବା ପରେ ଥାନର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଥିଲେ ବି କିଛି ସୁରାକ୍‌ ମିଳିନଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe