ଭୁବନେଶ୍ୱର: ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ ‘ମିସ୍ ଇଣ୍ଡିଆ ଦିଓ୍ଵା’ ପ୍ରତିଯୋଗିତାରେ ଟପ୍-୧୦ ତାଲିକାରେ ଚୟନ ହୋଇଛନ୍ତି। ଏବେ ସେ ମୁମ୍ବାଇରେ ଅନୁଷ୍ଠିତ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତା ପାଇଁ ସ୍ୱତନ୍ତ୍ର ତାଲିମ୍ ଶିବିର ମଧ୍ୟରେ ଅଛନ୍ତି। ଏହି ଶିବିରରେ ବିଭିନ୍ନ ରାଜ୍ୟରୁ ମୋଟ ୧୪୭ଜଣ ସୁନ୍ଦରୀ ଚୟନ ହୋଇଥିଲେ। ତମନ୍ନା ପୂର୍ବରୁ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୧୦୦ ତାଲିକାରେ ସ୍ଥାନ ହାସଲ କରିଥିଲେ। ପରେ ତାଙ୍କୁ ଶ୍ରେଷ୍ଠ ୫୦ରେ ସ୍ଥାନ ମିଳିଥିଲା। ଏମିତି ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଆଜି ସକାଳେ ଅନୁଷ୍ଠିତ ‘ମିସ୍ ଇଣ୍ଡିଆ ଦିଓ୍ଵା’ ଟପ୍ ଟେନ୍ ରାଉଣ୍ଡରେ ତମନ୍ନା ଏହି ଗୌରବ ହାସଲ କରିଛନ୍ତି। ତମନ୍ନାଙ୍କ ପାଇଁ ସ୍ୱତନ୍ତ୍ର ଭୋଟିଂ ଲାଇନ୍ ଆଜିଠାରୁ ଖୋଲାଯାଇଛି। ‘ମିସ୍ ଇଣ୍ଡିଆ ଦିଓ୍ଵା’ ଅନ୍ଲାଇନ୍କୁ ଯାଇ ତାଙ୍କୁ ଭୋଟ ଦେବା ପାଇଁ ତମନ୍ନା ଓଡ଼ିଆ ଦର୍ଶକମାନଙ୍କୁ ନିବେଦନ କରିଛନ୍ତି। ସୂଚନା ଥାଉକି ତମନା ନିକଟରେ ‘କ’ଣ କଲା ସେ’ ଓ ନିଝୁମ୍ ରାତିରେ ସାଥୀ’ ଭଳି ୨ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ପରେ ଅନୁଭବଙ୍କ ସହ ଏକ ବଡ଼ ବ୍ୟାନର୍ରେ ‘ପ୍ରେମ୍ କୁମାର’ ଚଳଚ୍ଚିତ୍ର ସୁଟିଂ ଶେଷ କରି ‘ମିସ୍ ଇଣ୍ଡିଆ ଦିଓ୍ଵା’ ପ୍ରତିଯୋଗିତାରେ ଯୋଗଦେବା ପାଇଁ ମୁମ୍ବାଇ ଯାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us