ଆମେରିକାରେ ଓଡ଼ିଆ ପୁସ୍ତକ ପ୍ରଦର୍ଶନ, ଉନ୍ମୋଚନ

Advertisment
ଆମେରିକାରେ ଓଡ଼ିଆ ପୁସ୍ତକ ପ୍ରଦର୍ଶନ, ଉନ୍ମୋଚନ

ଭୁବନେଶ୍ବର: ଯୁକ୍ତରାଷ୍ଟ୍ର ଆମେରିକା ନ୍ୟୁଜର୍ସି ରାଜ୍ୟର ଆଟଲାଣ୍ଟିକ ସିଟିସ୍ଥିତ ହାରାଜ ଏଣ୍ଟରଟେନ୍‌ମେଣ୍ଟ ରିସୋର୍ଟରେ ‘ଦି ଓଡ଼ିଶା ସୋସାଇଟି ଅଫ୍‌ ଦି ଆମେରିକାସ’ର ୪ଦିନିଆ ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ବଂଶୀବାଦକ ହରିପ୍ରସାଦ ଚୌରାସିଆ ମୁଖ୍ୟ ଅତିଥି ଓ ଡ. ଭଗବାନ ପ୍ରକାଶ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଜୁଲାଇ ୫ରେ ଆୟୋଜିତ ‘ସାହିତ୍ୟ ମଞ୍ଚ’ କାର୍ଯ୍ୟକ୍ରମରେ ଆମେରିକାର ଓଡ଼ିଆ ଲେଖକମାନେ ନିଜର ପ୍ରକାଶିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ଆୟୋଜିତ କବିତା ପାଠୋତ୍ସବରେ ୩୦ ଜଣ କବି କବିତା ଆବୃତ୍ତି କରିଥିଲେ। ଡ. ବିଜ୍ଞାନୀ ଦାସ, ଡ. ଗଗନ ପାଣିଗ୍ରାହୀ ଓ ପ୍ରସନ୍ନ କୁମାର ଭୂୟାଁ ଏହାକୁ ସଂଚାଳନ କରିଥିଲେ। ଆମେରିକାର ଓଡ଼ିଆ ପ୍ରକାଶନୀ ସଂସ୍ଥା ‘ବ୍ଳାକ୍‌ ଇଗଲ୍‌ ବୁକ୍‌ସ’ ପକ୍ଷରୁ ଓଡ଼ିଆ ପୁସ୍ତକ ପ୍ରଦର୍ଶନ କରାଯାଇଥିଲା। ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ମାୟାଧର ମାନସିଂହଙ୍କ ‘ଧୂପ୍‌’ର ପୁନଃ ସଂସ୍କରଣ, ଗୌରହରି ଦାସଙ୍କ ‘ବିଦେଶ ଓ ଅନ୍ୟାନ୍ୟ ଗଳ୍ପ’, ଆଦ୍ୟାଶା ଦାସଙ୍କ ଇଂରାଜୀ ପୁସ୍ତକ ‘ଚଉଷଠୀ ଯୋଗିନୀ’ ଓ ଯୁବ ଲେଖକ ହରିହର ପଣ୍ଡାଙ୍କ ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’ ମୁଖ୍ୟ ଅତିଥି ଶ୍ରୀ ଚୌରାସିଆଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ଏଥିରେ ଆମେରିକା ଓ କାନାଡାରୁ ୧ ହଜାର ଓଡ଼ିଆ ପରିବାର ଯୋଗଦେଇ ନିଜର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe