ଭୁବନେଶ୍ୱର: ଆମେରିକାର ନ୍ୟୁଜର୍ସିରେ ରହୁଥିବା ଓଡ଼ିଆ ମହିଳା ସୁନନ୍ଦା ପଣ୍ଡା କରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ତାଙ୍କୁ ପାଖାପାଖି ୫୦ ବର୍ଷ ବୟସ ହୋଇଥିଲା। ସେ ସୁନୀଲ ପଣ୍ଡାଙ୍କ ଧର୍ମପତ୍ନୀ। ଏହି ଦମ୍ପତି ଦୀର୍ଘ ଦିନ ହେବ ଆମେରିକାରେ ରହି ଆସୁଛନ୍ତି। ତେବେ କୋଭିଡ୍-୧୯ରେ ପ୍ରାଣ ହରାଇବାରେ ସୁନନ୍ଦା ପ୍ରଥମ ଓଡ଼ିଆ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୟୁରୋପ ମହାଦେଶ ପରେ କରୋନା ଭୂତାଣୁ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜର କାୟା ବିସ୍ତାର କରିଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ଟପି ସାରିଥିବା ବେଳେ ୯ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
କୋଭିଡ୍-୧୯ରେ ପ୍ରବାସୀ ଓଡ଼ିଆଙ୍କ ପରଲୋକ
Advertisment
Follow Us