ହ୍ଵାଟ୍ ଇଜ୍ ଦିସ୍... ଦିସ୍ ଇଜ୍ ମାୟାରେ ବାୟା... ଗୀତଟି ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଛି। ୟୁ ଟ୍ୟୁବ୍ଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ, ଚାରିଆଡ଼େ ଏହି ଗୀତ ସମସ୍ତଙ୍କୁ ପାଗଳ କରିଛି। ଖାଲି ଓଡ଼ିଶା ନୁହେଁ, ରାଜ୍ୟ ଓ ଦେଶ ବାହାରେ ମଧ୍ୟ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଜୁଲାଇ ୧୨ରେ ଓଡ଼ିଆ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ ମୁକ୍ତିଲାଭ କରିବା ପୂର୍ବରୁ ଜୁଲାଇ ୨ରେ ବଲିଉଡ୍ ସୁପର୍ଷ୍ଟାର୍ ଟାଇଗର ସ୍ରଫ୍ ଏଥିରେ ନୃତ୍ୟ କରି ଓଡ଼ିଆମାନଙ୍କୁ ଡେଡିକେଟ୍ କରିଥିଲେ। ପୁଣି ୟୁ-ଟ୍ୟୁବ୍ରେ ମଧ୍ୟ ଏହାର ଭିଡିଓ ଅପ୍ଲୋଡ୍ କରିଥିଲେ। ଏହାର ନୃତ୍ୟ ସଂଯୋଜନା ଓଡ଼ିଆ ପୁଅ ତଥା ବଲିଉଡ୍ କୋରିଓଗ୍ରୋଫର୍ ବିକ୍ରମ ସ୍ୱାଇଁ। ବର୍ତ୍ତମାନ ସୁଦ୍ଧା ୟୁ-ଟ୍ୟୁବ୍ରେ ଏହାର ଦର୍ଶକଙ୍କ ସଂଖ୍ୟା ୧ ମିଲିୟନ୍ ଛୁଇଁଲାଣି। ପୁଣି ନାଇଜେରିଆର ଯୁବକ ସାମୁଏଲ୍ ଆଡିଗୁନ୍ ମଧ୍ୟ ‘ମାୟାରେ ବାୟା’ ହୋଇ ଏହି ଗୀତ ଗାଇ ୟୁ-ଟ୍ୟୁବ୍ରେ ଅପ୍ଲୋଡ୍ କରିଛନ୍ତି। ଏହାର ଦର୍ଶକଙ୍କ ସଂଖ୍ୟା ବି ପ୍ରାୟ ୧ ଲକ୍ଷ ୯୦ ହଜାରରୁ ଊର୍ଧ୍ୱ। ଓଲିଉଡ୍ ଷ୍ଟାର୍ ସବ୍ୟସାଚୀ ଓ ହାସ୍ୟ ଅଭିନେତା ପପୁ ପମ୍ପମ୍ ଏହି ଗୀତଟିକୁ ଗାଇ ପ୍ରାୟ ୩.୩ ମିଲିୟମ୍ ଲୋକଙ୍କ ହୃଦୟକୁ ଜିତି ସାରିଛନ୍ତି। ଏହାସହ ଅସୀମା ପଣ୍ଡାଙ୍କ ଭିଡିଓକୁ ପ୍ରାୟ ୨ ମିଲିୟମ୍ ଲୋକ ଦେଖି ସାରିଛନ୍ତି। ନିର୍ମଳ ନାୟକ ଗୀତଟିକୁ ଲେଖିଥିବା ବେଳେ ସଙ୍ଗୀତ ଦେଇଛନ୍ତି ବୈଦ୍ୟନାଥ ଦାସ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us