୯୦ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ର: ଜାତୀୟସ୍ତରରେ ପହଞ୍ଚି ପାରୁନି ଓଡ଼ିଆ ସିନେମା

Advertisment

୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ୯୦ ବର୍ଷରେ ଓଲିଉଡ୍‌ ହଜାରେରୁ ଅଧିକ ସିନେମା ଭେଟି ଦେଇଛି।  ହେଲେ ଓଡ଼ିଆ ସିନେମା ଶିଳ୍ପ ତିଷ୍ଠି ରହିବାକୁ ଏବେ ବି ସଂଘର୍ଷ କରୁଛି।

୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ୯୦ ବର୍ଷରେ ଓଲିଉଡ୍‌ ହଜାରେରୁ ଅଧିକ ସିନେମା ଭେଟି ଦେଇଛି।  ହେଲେ ଓଡ଼ିଆ ସିନେମା ଶିଳ୍ପ ତିଷ୍ଠି ରହିବାକୁ ଏବେ ବି ସଂଘର୍ଷ କରୁଛି।

rggrffrf

ସୋମନାଥ ପରିଡ଼ା

ଭୁବନେଶ୍ବର: ୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ୯୦ ବର୍ଷରେ ଓଲିଉଡ୍‌ ହଜାରେରୁ ଅଧିକ ସିନେମା ଭେଟି ଦେଇଛି।  ହେଲେ ଓଡ଼ିଆ ସିନେମା ଶିଳ୍ପ ତିଷ୍ଠି ରହିବାକୁ ଏବେ ବି ସଂଘର୍ଷ କରୁଛି। ଜାତୀୟସ୍ତର କଥା ଛାଡ଼ନ୍ତୁ, ଓଡ଼ିଶାରେ ଓଡ଼ିଆ ସିନେମା ଦେଖିବାକୁ ଓଡ଼ିଆଙ୍କ ସେଭଳି ଆଗ୍ରହ ନାହିଁ କି ପ୍ରେକ୍ଷାଳୟ ବି ନାହିଁ। ବର୍ଷକୁ ହାତ ଗଣତି ଗୋଟିଏ ଦୁଇଟି ସିନେମାକୁ ଛାଡ଼ିଦେଲେ ଅଧିକାଂଶ ସିନେମା ଗୋଟିଏ ସପ୍ତାହ ବି ଚାଲୁନାହିଁ। ଭିତ୍ତିଭୂମି ଅଭାବ, ସରକାରୀ ପ୍ରୋତ୍ସାହନ ବିନା ସିନେମା ଶିଳ୍ପ ଚାଲିବାକୁ ସକ୍ଷମ ହେଉନାହିଁ। ଗତ ବର୍ଷ ୨ ଶହରୁ ଅଧିକ ସିନେମା ରିଲିଜ୍‌ ହୋଇଛି। ଗତ ଜାନୁଆରିରୁ ଏପ୍ରିଲ  ମଧ୍ୟରେ ୨୨ଟି ସିନେମା ରିଲିଜ୍‌ ହୋଇଛି, କିନ୍ତୁ ‘ଦମନ’, ‘ପ୍ରତୀକ୍ଷା’, ‘କର୍ମ’ ଭଳି ହାତଗଣତି ସିନେମାକୁ ଛାଡ଼ି ଦେଲେ ଅନ୍ୟ ସିନେମା ବ୍ୟାବସାୟିକ ସଫଳତା ପାଇ ପାରିନାହିଁ। ୧୯୯୯ ମସିହା ମହାବାତ୍ୟା ପୂର୍ବରୁ ଥିବା ୨୩୦ ସିନେମା ହଲ୍‌ ଆଜି ୫୦ ତଳକୁ ଖସିଆସିଲାଣି।  

ସମୟ ବଦଳିଛି। ଓଡ଼ିଶା ଫିଲ୍ମର ବଜେଟ୍‌ ୧ କୋଟି ଛୁଉଁନଥିବା ବେଳେ ତେଲଗୁ, ତାମିଲ ଓ ହିନ୍ଦୀ ଚଳଚ୍ଚିତ୍ର ୨ଶହ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଉଛି। ଫଳରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତିଯୋଗିତା କରିପାରୁନାହିଁ। ଏସବୁ ସତ୍ତ୍ବେ ଓଲିଉଡ୍‌ରେ ବିକାଶ ଅପେକ୍ଷା ବିବାଦ ଅଧିକ ଚର୍ଚ୍ଚାରେ ରହୁଛି। ଚଳଚ୍ଚିତ୍ରକୁ ଶିଳ୍ପର ମାନ୍ୟତା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ। ଓଡ଼ିଆ ଚଳଚ୍ଚିତ୍ର ନୀତି ମଧ୍ୟ ପ୍ରଣୟନ ହୋଇଛି। କିନ୍ତୁ ତାହା କାର୍ଯ୍ୟକାରୀ ହେଉନି। ଭିତ୍ତିଭୂମି ସଜାଡ଼ିବାରେ ପୂର୍ବ ସରକାରଙ୍କ ଆନ୍ତରିକତା ନଥିଲା। ନୂଆ ସରକାର ଆସିବା ପରେ ଭିତ୍ତିଭୂମିର ବିକାଶ, ସବୁ ବ୍ଲକ୍‌ରେ ମଲ୍‌ଟିପ୍ଲେକ୍ସ, ସିନେମା ନିର୍ମାଣ ପାଇଁ ସିଙ୍ଗଲ୍‌ୱିଣ୍ଡୋ ବ୍ୟବସ୍ଥା, ସବ୍‌ସିଡି ଭଳି ପ୍ରସଙ୍ଗରେ ତତ୍ପରତା ପ୍ରକାଶ ପାଇନାହିଁ। କଳିଙ୍ଗ ଷ୍ଟୁଡିଓ ଅଧା ଗଢ଼ା ହୋଇପଡ଼ିଛି। ନୂଆ ସରକାର ୩୦ କୋଟି ଟଙ୍କା ଏହାର ବିକାଶ ପାଇଁ ବ୍ୟୟ ବରାଦ କରିଥିଲେ ହେଁ କାମ ହେଉନାହିଁ।

ଏନେଇ ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, ସିନେମା ଶିଳ୍ପ ସମୃଦ୍ଧିରେ ସରକାରଙ୍କ ବଡ଼ ଯୋଗଦାନ କରିଛି। ମହାରାଷ୍ଟ୍ର, କେରଳ ଭଳି ପ୍ରାୟ ରାଜ୍ୟ‌ରେ ସବ୍‌ସିଡି ବ୍ୟବସ୍ଥା ଅଛି। ଗୁଜରାଟରେ ଭଲ ସିନେମା ପାଇଁ ୧ରୁ ୧୦ କୋଟି ପ୍ରୋତ୍ସାହନ ମିଳୁଛି। ହେଲେ ଓଡ଼ିଶାରେ ୧୨ ବର୍ଷ ହେବ ସବ୍‌ସିଡି ବନ୍ଦ। ପ୍ରଯୋଜକ ଟଙ୍କା ଫେରି ନପାଇଲେ ସିନେମା କରିବ ନାହିଁ। ଓଡ଼ିଶାରେ ସିଙ୍ଗିଲ୍‌ ଥିଏଟର ତିଆରି ହେବା ସହ ପ୍ରୋତ୍ସାହନ ମିଳିବା ଦରକାର। ସବୁ କିଛି ଠିକ୍‌ ହେଲେ ଜାତୀୟସ୍ତରରେ ଓଡ଼ିଆ ସିନେମା ପହଞ୍ଚି ପାରିବ। ଅଭିନେତା ହରିହର ମହାପାତ୍ର କହିଛନ୍ତି, ଅନ୍ୟ ରାଜ୍ୟରେ ସଫଳ ହେଉଥିବା ସିନେମା ପଛରେ ସେହି ରାଜ୍ୟର ଦର୍ଶକଙ୍କ ବଡ଼ ଯୋଗଦାନ ଅଛି। ଦର୍ଶକଙ୍କର ନିଜର ଭାଷା ପ୍ରତି ଆନ୍ତରିକତା ଅଛି। କିନ୍ତୁ ଓଡ଼ିଶାରେ ସେଭଳି ଦେଖିବାକୁ ମିଳୁନି। କେବଳ ସରକାରକୁ ଦୋଷ ଦେଲେ ହେବନାହିଁ। ଭଲ ସିନେମା ସହ ଦର୍ଶକଙ୍କ ଆଗ୍ରହ ରହିଲେ ସିନେମା ଚାଲିବ। ଏଥିସହ ସରକାରୀ ପ୍ରୋତ୍ସାହନର ମଧ୍ୟ ଆବଶ୍ୟକତା ରହିଛି। ସିନେ ସାମ୍ବାଦିକ ସୂର୍ଯ୍ୟ ଦେଓ କହିଛନ୍ତି ଧୀରେ ଧୀରେ ପୁଣି ଟ୍ରାକ୍‌କୁ ଫେରୁଛି ଓଲିଉଡ୍‌। ଏ ସମୟରେ ସରକାର ସହଯୋଗର ହାତ ବଢ଼ାନ୍ତୁ। ସରକାର ଚଳଚ୍ଚିତ୍ର ଅଭିଲେଖାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା କରିବା ସହ ସିନେମା ଶିଳ୍ପକୁ ସଂରକ୍ଷଣ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe