ଭୁବନେଶ୍ୱର: ଲୋକପ୍ରିୟ ଅନ୍ଲାଇନ୍ ସୁନ୍ଦରୀ ପ୍ରତିଯୋଗିତା ‘ଦ ଗ୍ରେଟ୍ ଇଣ୍ଡିଆ ପ୍ୟାଜେଣ୍ଟ୍ କମ୍ୟୁନିଟ୍-୨୦୧୮’ (ଟିଜିପିସି ମିସ୍ ଇଣ୍ଡିଆ)ରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ଦୀକ୍ଷା ସିଂହ। ସର୍ବଭାରତୀୟ ସ୍ତରରେ ୭୦୦ରୁ ଊର୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରୁ ମନୋନୀତ ୨୨ ଜଣ ଫାଇନାଲିଷ୍ଟ୍ଙ୍କ ମଧ୍ୟରେ ସେ ନିଜ ସ୍ଥିତି ଦୃଢ଼ କରିଛନ୍ତି। ଏହି ପ୍ରତିଯୋଗିତାର ପ୍ରାଥମିକସ୍ତରରେ ଭୋଟିଂ ମାଧ୍ୟମରେ ଚାଲିଥିବା ‘ପିପୁଲ୍ସ୍ ଚଏସ୍ ଆଓ୍ଵାର୍ଡ’ର ବର୍ତ୍ତମାନ ଭୋଟିଂ ଚାଲିଛି। ଏହି ଭୋଟିଂରେ ସେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ସୋସିଆଲ୍ ମିଡିଆର ଫେସ୍ବୁକ୍ ଲାଇକିଂରେ ସେ ପ୍ରଥମ ସ୍ଥାନରେ ଅଛନ୍ତି। ‘ମାଷ୍ଟର୍ ପୋଲ୍’ରେ ବିଜୟିନୀ ପ୍ରତିଯୋଗୀ ‘ପିପୁଲସ୍ ଚଏସ୍ ଆଓ୍ଵାର୍ଡ’ର ବିଜେତା ହେବା ସହ ସିଧାସଳଖ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବେ। ଗତ ବର୍ଷ ଦୀକ୍ଷା ଟିଜିପିସି ମିସ୍ ଇଣ୍ଡିଆ ସିଜିନ୍-୪ର ‘ପିପୁଲ୍ସ୍ ଚଏସ୍ ଆଓ୍ଵାର୍ଡ’ ବିଜୟିନୀ ଥିଲେ। ଚଳିତ ବର୍ଷ ମଧ୍ୟ ସିଜିନ୍-୫ର ‘ପିପୁଲ୍ସ୍ ଚଏସ୍ ଆଓ୍ଵାଡ୍’ ଟାଇଟଲ୍କୁ ବଜାୟ ରଖିବା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ତାଙ୍କୁ ଅଧିକରୁ ଅଧିକ ଫେସ୍ବୁକ୍ ଲାଇକ୍ ଓ ଭୋଟ୍ ଦେଇ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ମନୋନୀତ କରାଇବାକୁ ଓଡ଼ିଶାବାସୀଙ୍କୁ ସେ ଅନୁରୋଧ କରିଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକୋତ୍ତର ଅଧ୍ୟୟନ କରିଥିବା ୨୧ ବର୍ଷୀୟ ଦୀକ୍ଷା ଜଣେ ପ୍ରଶିକ୍ଷିତ ସାଲ୍ସା ନୃତ୍ୟଶିଳ୍ପୀ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us