ଭୁବନେଶ୍ୱର: ଓଡ଼ିଆ ଝିଅ ଅମିତା ପଣ୍ଡା ମିସ୍ ଇଣ୍ଡିଆ ଗାଲାକ୍ସି ମୁକୁଟ ପିନ୍ଧିଛନ୍ତି। ଗତ ୨୦ ତାରିଖରେ ନୂଆଦିଲ୍ଲୀରେ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ପେସାରେ ସଫ୍ଟେଓ୍ଵର ଇଂଜିନିୟର ଥିବା ଅମିତା ସଂପ୍ରତି ମାଇଣ୍ଡ୍ ଟ୍ରି ଭୁବନେଶ୍ୱରରେ କର୍ମରତ। କାର୍ଡିଓଲୋଜିଷ୍ଟ୍ ଡାକ୍ତର ପ୍ରଭଞ୍ଜନ ମହାପାତ୍ରଙ୍କ ପତ୍ନୀ ଅମିତା ଫେସନ୍, ସଂଗୀତ ଓ ଜିମ୍ ଯିବାରେ ରୁଚି ରଖନ୍ତି। ମିସ୍ ଇଣ୍ଡିଆ ଗାଲାକ୍ସି ଦେଶର ମହିଳା ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗକୁ ଉତ୍ଥାପନ କରିବାର ମଞ୍ଚ ହୋଇଥିବା ବେଳେ ସମାଜ ଓ ପରିବାରର ସମସ୍ତ ମହିଳାଙ୍କୁ ସେ ତାଙ୍କର ଏହି ମୁକୁଟ ସମର୍ପିତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us