ଆମେରିକାର ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଆ ଝିଅଙ୍କ କବିତା

Advertisment
ଆମେରିକାର ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଆ ଝିଅଙ୍କ କବିତା

ଭୁବନେଶ୍ୱର : ଓଡ଼ିଆ ଝିଅ ଅଭିଲିପ୍ସା କୁନାର୍‌ଙ୍କ ରଚିତ କବିତା ଆମେରିକାର ‘ଇୟର୍‌ ଅଫ୍‌ ଦ ପୋଏଟ୍‌’ରେ ପ୍ରକାଶିତ ହୋଇଛି। ପୂର୍ବରୁ ଏହି ସବୁ କବିତା ଆମେରିକାର ‘ଦ ପୋଏଟ୍ରି ପୋଜ୍‌ ୨୦୧୮’ ନାମକ ଏକ ମାଗାଜିନ୍‌ରେ ପ୍ରକାଶିତ ହୋଇଥିଲା। ଓଡ଼ିଶାର ଜଗତ୍‌ସିଂହପୁରରେ ଜନ୍ମିତ ଅଭିଲିପ୍ସା ବର୍ତମାନ ସିକନ୍ଦରାବାଦ୍‌ର ଆର୍ମି କଲେଜ୍‌ ଅଫ୍‌ ଡେଣ୍ଟାଲ୍‌ ସାଇନ୍ସରେ ଅଧ୍ୟୟନରତ। ସେ ପିଲା ଦିନୁ କବିତା ଲେଖା ଆରମ୍ଭ କରିଥିବା ବେଳେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସେ ଏବେ କବିତା ଲୋଖୁଛନ୍ତି। ନିଜ ଲେଖାଗୁଡ଼ିକୁ ପ୍ରକାଶ କରିବା ପାଇଁ ସେ ଏବେ ବ୍ଲଗ୍‌ ମଧ୍ୟ ଆରମ୍ଭ କରିଛନ୍ତି। ପୂର୍ବରୁ ଆମେରିକାର ବିଭିନ୍ନ ଜର୍ଣ୍ଣାଲ୍‌ରେ ତାଙ୍କର ବହୁ ଲେଖା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe