୨୮ରେ ଓଡ଼ିଶା ମିଡିଆ ଆଓ୍ଵାର୍ଡ ସମାରୋହ 

୨୮ରେ ଓଡ଼ିଶା ମିଡିଆ ଆଓ୍ଵାର୍ଡ ସମାରୋହ 

ଭୁବନେଶ୍ୱର : ଦକ୍ଷିଣ ଏସିଆ ମିଡିିଆ ସଂଭାଷଣ ଓ ଓଡ଼ିଶା ମିଡିଆ ଆଓ୍ଵାର୍ଡ-୨୦୧୭ ଆସନ୍ତା ୨୮ ତାରିଖରେ ପାନ୍ଥନିବାସରେ ଅନୁଷ୍ଠିତ ହେବ। ଓଡ଼ିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ ଓ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉଥିବା ସାମ୍ବାଦିକମାନଙ୍କୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ମିଡିଆ ଆଓ୍ଵାର୍ଡ ପ୍ରଦାନ କରାଯିବ। ଏକ ଚୟନ କମିଟି ମାଧ୍ୟମରେ ୧୭ଟି ବର୍ଗର ୨୦ଜଣଙ୍କୁ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଛି। ଶ୍ରେଷ୍ଠ ସମ୍ପାଦକ, ସ୍ତମ୍ଭକାର, କାର୍ଟୁନିଷ୍ଟ, ଟେଲିଭିଜନ୍‌ କାର୍ଯ୍ୟକ୍ରମ, ଡକ୍ୟୁମେଣ୍ଟାରି, ଗଣଯୋଗାଯୋଗ, ଶିକ୍ଷାନୁଷ୍ଠାନ ସହ ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ସାମ୍ବାଦିକ, ଉପସ୍ଥାପକ/ଉପସ୍ଥାପିକା ଏବଂ ଅନୁଷ୍ଠାନ ସମ୍ମାନିତ ହେବେ। ଆଜି ବୁଦ୍ଧମନ୍ଦିରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟିର ସଂଯୋଜକ ତଥା ସାମ୍ବାଦିକ ଏନ.ଏ.ଶାହା ଅନ୍‌ସାରୀ ଏହି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ, ବିକାଶ ସଂସ୍ଥାର ପ୍ରତିନିଧିଙ୍କ ସହ ଦକ୍ଷିଣ ଏସୀୟ ଦେଶର ବିଭିନ୍ନ ପ୍ରାନ୍ତରୁ ବରିଷ୍ଠ ସାମ୍ବାଦିକ ଓ ସାମାଜିକ କର୍ମୀ ଯୋଗଦେବେ। ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ଯତୀନ୍ଦ୍ର ଦାଶ, ପ୍ରିୟରଂଜନ ସାହୁ, ସାମଜସେବୀ ଏସ୍‌.ଏ ସଫିକ ଓ ରେଡିଓ ବୁଲ୍‌ବୁଲର ନିର୍ଦ୍ଦେଶକ ଶେଖ୍‌ ନିୟାଜ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ୨୦୧୫ ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe